ଚୀନ ସେନା ସହିତ ମୁହାଁମୁହିଁ, ୩ ଭାରତୀୟ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ଚୀନ ସେନା ସହିତ ମୁହାଁମୁହିଁ, ୩ ଭାରତୀୟ ଯବାନ ସହିଦ

ନୂଆଦିଲ୍ଲୀ: ମେ’ ମାସ ପ୍ରାରମ୍ଭରୁ ଲଦାଖରେ ଲାଇନ୍ ଅଫ୍ ଆକ୍‌ଚୁଆଲ୍‌ କଣ୍ଟ୍ରୋଲ୍‌ (ଏଲ୍‌ଏସି)ରେ ଭାରତ ଓ ଚୀନ ସେନା ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ଏବେ ସାଂଘାତିକ ରୂପ ନେଇଛି। ଗତକାଲି ଗଲୱାନ ଘାଟି ନିକଟରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ମାରପିଟ ହୋଇଥିଲା। ଏଥିରେ ଭାରତର ୩ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ରହିଛନ୍ତି।

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଗଲୱାନ ଘାଟିରେ ସୋମବାର ରାତିରେ ଡି-ଏସ୍କେଲେସନ୍ ପ୍ରକ୍ରିୟା ବେଳେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ଭାରତୀୟ ସେନାର ଜଣେ ଅଫିସରଙ୍କ ସହିତ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଏହି ମାମଲାକୁ ଶାନ୍ତ କରିବା ପାଇଁ ଏବେ ଦୁଇ ଦେଶର ସେନାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଛି।

ମେ’ ମାସ ପ୍ରାରମ୍ଭରେ ଚୀନ ସୈନିକମାନେ ଏଲ୍‌ଏସି ପାର ହୋଇ ପେଂଗୋଂଗ ହ୍ରଦ ଓ ଗଲୱାନ ଘାଟି ପର୍ଯ୍ୟନ୍ତ ପଳାଇ ଆସିଥିଲେ। ଚୀନ ପକ୍ଷରୁ ଏଲ୍‌ଏସି ପାଖରେ ପାଖାପାଖି ୫ ହଜାର ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ମଧ୍ୟ ଠୁଳ କରାଯାଇଥିଲା।



from Odisha Reporter https://ift.tt/2B9LX7i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages