ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘରେ ପାକକୁ ଘେରିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘରେ ପାକକୁ ଘେରିଲା ଭାରତ

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ପୁଣି ଥରେ ଜାତିସଂଘରେ ପାକିସ୍ତାନକୁ ଘେରିଛି ଭାରତ। ଖୋଦ୍ ଜାତିସଂଘ ମଧ୍ୟ ଏକ ରିପୋର୍ଟ ଜରିଆରେ ପାକ୍ ଆତଙ୍କବାଦୀଙ୍କୁ ନେଇ ବର୍ଷିଛି। ଆଫଗାନିସ୍ତାନରେ ପାକ୍ ଆତଙ୍କବାଦୀଙ୍କ ସକ୍ରିୟ ଥିବା ନେଇ ଜାତିସଂଘ ତା’ର ବାର୍ଷିକ ରିପୋର୍ଟ ଉପସ୍ଥାପନ କରି କହିଛି। ୬୫୦୦ ପାକିସ୍ତାନ ଆତଙ୍କବାଦୀ ଆଫଗାନିସ୍ତାନରେ ସକ୍ରିୟ ଥିବା ଜାତିସଂଘ କହିଛି। ଏଥିରେ ଲଶ୍କର ଭଳି ହଜାରେରୁ ଅଧିକ ଆତଙ୍କବାଦୀ ସକ୍ରିୟ ରହିଥିବା କୁହାଯାଇଛି।

ଏହାକୁ ନେଇ ଭାରତ କହିଛି, ପୂର୍ବରୁ ଭାରତ ଆତଙ୍କବାଦୀ ପ୍ରସଙ୍ଗରେ ଯାହା କହିଥିଲା ତାହା ସତ, ପୁଣିଥରେ ଏହା ପ୍ରମାଣିତ ହୋଇଛି। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସମସ୍ତ ପ୍ରକାର ସହଯୋଗ କରୁଛି। ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସ ଜାରି ରହିବ। ଏହି ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାର ସମସ୍ତ ପ୍ରକାର ସହଯୋଗ କରୁଛି। ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦ ଓ ଏପଏଟିଏଫ ଆତଙ୍କବାଦୀ ପ୍ରସଙ୍ଗରେ ପାକିସ୍ତାନକୁ ଚେତାବନୀ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲା। ହେଲେ ଏହାକୁ ପାକିସ୍ତାନ ସରକାର କର୍ଣ୍ଣପାତ କରି ନାହାନ୍ତି। ଅନ୍ୟାନ୍ୟ ଦେଶ ଏବେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନ ସରକାର ଉପରେ ଚାପ ପ୍ରୟୋଗ କରିବା ଦରକାର ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି।

ଜାତିସଂଘ ତାର ବାର୍ଷିକ ରିପୋର୍ଟ ଦାଖଲ କରି କହିଛି, ଆତଙ୍କବାଦୀ ମାନେ ତାଲିବାନ୍ ସହିତ ମିଶି ଆଫଗାନିସ୍ତାନର ନିର୍ବାଚିତ ସରକାର ଏବଂ ଆମେରିକା ସେନା ବିରୋଧରେ ଷଡ଼ଯନ୍ତ୍ର କରୁଛି। କୁନାର ପ୍ରାନ୍ତରେ ଲଶ୍କରର ୨୨ ଆତଙ୍କବାଦୀ ଏବଂ ଜୈଶର ୩୦ ଆତଙ୍କବାଦୀ ରହିଛନ୍ତି। ଏ ସମସ୍ତ ପାକ୍ ଆତଙ୍କବାଦୀ ତାଲିବାନ ସହିତ ମିଶିଛନ୍ତି।



from Odisha Reporter https://ift.tt/3gMqyRW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages