ଝାରସୁଗୁଡ଼ା (ଭାଗିରଥୀ ସାହୁ): ଘରର ବଡ଼ ପୁଅର ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଉପରେ ପଡ଼ିଲା ପୁଣି ଏକ ଚଡ଼କ। ଗତକାଲି ମା’ ସମେତ ୩ ଉଭଣୀ ଓ ଜଣେ ଭାଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ ପିଇ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଥିବା ସାନ ପୁଅ ଶ୍ରୀକାନ୍ତ ବିଶ୍ୱାଳ ଗତକାଲି ରାତିରେ ଆଖି ବୁଜିଛି। ଏବେ ବି ମା’ ଓ ୩ ଭଉଣୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଘଟିଛି ଏପରି ଅଭାବନୀୟ ଘଟଣା। ପରିବାରର ବଡ଼ ପୁଅର ଶବ ସତ୍କାର ହୋଇପାରି ନ ଥିବା ବେଳେ ଏବେ ସାନ ପୁଅର ମୃତ୍ୟୁ ଯୋଗୁ ପରିବାର ଉପରେ କଳା ବାଦଳ ଘୋଟି ଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଦୁର୍ଘଟଣାରେ ଗୁରୁତର ହୋଇ ଘରର ବଡ଼ ପୁଅ ୨ ବର୍ଷ ହେବ ଘରେ ଶଯ୍ୟାଶାୟୀ ହୋଇପଡ଼ିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ଘରେ ମୃତଦେହ ପଡ଼ିଥିବା ବେଳେ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ ପିଇ ଦେଇଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ସେମାନଙ୍କୁ ଝାରସୁଗଡ଼ା ମେଡିକାଲରେ ଭର୍ତ୍ତି କରିଥିଲା।
ସେମାନଙ୍କ ମଧ୍ୟରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ସାନ ପୁଅ ଶ୍ରୀକାନ୍ତ ଗତକାଲି ରାତିରେ ଆଖି ବୁଜିଛନ୍ତି। ଏବେ ଗୁରୁତର ମା’ ଓ ୨ ଭଉଣୀ ଝାରସୁଗୁଡ଼ା ମେଡିକାଲରେ ଓ ଅନ୍ୟ ଜଣେ ଗୁରୁତର ଏବେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ଏବେ ବି ବଡ଼ ପୁଅଙ୍କ ଶବ ସତ୍କାର ହୋଇପାରି ନ ଥିବା ବେଳେ ତାହା ଝାରସୁଗୁଡ଼ା ମେଡିକାଲର ଶବ ଗୃହରେ ରଖାଯାଇଥିବା ଜଣାଯାଇଛି।
from Odisha Reporter https://ift.tt/3dvQz5Z
No comments:
Post a Comment