ଶଟଡାଉନ୍‌ ହେଲା ୪ ପଞ୍ଚାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ଶଟଡାଉନ୍‌ ହେଲା ୪ ପଞ୍ଚାୟତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ରାଜ୍ୟର ୪ଟି ପଞ୍ଚାୟତକୁ ଶଟଡାଉନ୍‌ କରିବା ସହ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁରୁଝୁରୀ ପଞ୍ଚାୟତକୁ ୭ ଦିନିଆ  ଶଟଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ କସ୍ତୁରୀ ପରିଡ଼ା । ଗତ ତିନି ଦିନରେ ସ୍ଥାନୀୟ ଅଞ୍ଚଳରୁ  ୪ଜଣ ଏବଂ  କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଜଣଙ୍କୁ କୋଭିଡ୍ ହସ୍ପିଟାଲ ନିଆଯିବା ପରେ ସରପଞ୍ଚ ଏହି କଟକଣା ଜାରି କରିଛନ୍ତି ।

ସେହିଭଳି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଗଙ୍ଗପଡ଼ା ପଞ୍ଚାୟତରେ ଜଣେ ମହିଳା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭାତଖୁରୀ ଏବଂ ଗଙ୍ଗପଡ଼ାକୁ ୪୮ ଘଣ୍ଟା ପାଇଁ  ଶଟଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ଗୀତାଞ୍ଜଳି ମହାରଣା । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଦୁଇଟି ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି ।  ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହି ଫେରିବା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଏହି କଟକଣା ଜାରି କରାଯାଇଛି  ।

ସେହିଭଳି ବାଙ୍କୀ ବ୍ରହ୍ମପୁରା ପଞ୍ଚାୟତର ୧ ନମ୍ବର ଓ୍ୱାର୍ଡରୁ ୧୬ ନମ୍ବର ଓ୍ୱାର୍ଡ ପରିସୀମାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସ୍ଥାନୀୟ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ଯାଉଥିବା ସରପଞ୍ଚଙ୍କ ଜଣେ ସହଯୋଗୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି  ।



from Odisha Reporter https://ift.tt/2U6mked

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages