ଜଣେ ଆତଙ୍କବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 1, 2020

ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜମ୍ମୁ଼-କଶ୍ମୀରରେ ଆଜି ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲୱାମା ଜିଲ୍ଲାର ତ୍ରାଲ୍‌ର ସୈମୋହରେ ସୁରକ୍ଷାକର୍ମୀମାନଙ୍କ ସହ ଗୁଳିବିନିମୟ ବେଳେ ଏହି ଆତଙ୍କବାଦୀର ମୃତ୍ୟୁ ଘଟିଛି। ଖବର ଲେଖାଯିବା ସୁଦ୍ଧା ଉକ୍ତ ଅଞ୍ଚଳରେ ସୁରକ୍ଷାବାହିନୀର ଅପରେସନ୍ ଜାରି ରହିଛି।

ଏହା ପୂର୍ବରୁ ରାଜ୍ୟର ନୌଶେରା ସେକ୍ଟରରେ ଭାରତୀୟ ସେନାର ଅପରେସନ୍‌ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସୋମବାର ନିୟନ୍ତ୍ରଣ ରେଖା ପାର ହୋଇ ଏହି ଆତଙ୍କବାଦୀମାନେ ଭାରତ ସୀମା ଭିତରେ ଅନୁପ୍ରବେଶ କରିବାକୁ ପ୍ରୟାସ କଲା ବେଳେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଅନୁପ୍ରବେଶ ରୋକିବା ପାଇଁ ମେ’ ୨୮ ତାରିଖରୁ ଭାରତୀୟ ସେନା ପକ୍ଷରୁ ଅପରେସନ୍ ଜାରି ରଖାଯାଇଥିବା ବେଳେ ପୁଂଛ ଜିଲ୍ଲାର ମେଣ୍ଢର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ୧୦ ଆତଙ୍କବାଦୀ ନିହତ ହୋଇଛନ୍ତି।



from Odisha Reporter https://ift.tt/3gMCxie

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages