ଖୋର୍ଦ୍ଧା(ବଳରାମ ଲେଙ୍କା):ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଗୁପ୍ତା କେବୁଲ୍ସ ପ୍ରାଇଭେଟ୍ ଲିମିଟେଡର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଏ ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଖୋର୍ଦ୍ଧା ମ୍ୟୁନିସିପାଲିଟିର ୩ ନମ୍ବର ଓ୍ୱାର୍ଡରେ ଥିବା ଗୁପ୍ତା କେବୁଲ୍ସ ପ୍ରାଇଭେଟ୍ ଲିମିଟେଡ ଓ ଏହାକୁ ଲାଗିକି ଥିବା ଅନ୍ୟ ଘରୋଇ ସଂସ୍ଥାକୁ ଆସନ୍ତା ୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏଥିସହିତ ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।
from Odisha Reporter https://ift.tt/3cvlQF2
No comments:
Post a Comment