ସୋର(ଶଶିକାନ୍ତ ବେହେରା ): ଏକ ଘରୋଇ ବ୍ୟାଙ୍କରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ବଜାରସ୍ଥିତ ଏକ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆସିଛି
ଜଣେ ଯୁବତୀଙ୍କୁ ଚାକିରି କରାଇ ଦେବାକୁ କହି ବ୍ୟକ୍ତିଜଣକ ତାଙ୍କୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଜୁଣିଆ ବଜାରରେ ଘରଭଡ଼ା ନେଇ ରହୁଥିବା ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ରୁମ୍କୁ ଡାକିଥିଲେ । ଏହାପରେ ଅସଦାଚରଣ କରିଥିବା ନେଇ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ପୀଡ଼ିତା । ଏନେଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ୍।
from Odisha Reporter https://ift.tt/2AuKvMq
No comments:
Post a Comment