ଘରକୁ ଫେରୁଥିବା ବେଳେ ପିଟିଦେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 5, 2020

ଘରକୁ ଫେରୁଥିବା ବେଳେ ପିଟିଦେଲା ଟ୍ରକ୍‌

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ଲାଖନପୁର ବ୍ଲକର ସାଗରପାଲି ଛକ ନିକଟରେ ଗତ ରାତିରେ ଟ୍ରକ୍‌ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ଝାରସୁଗୁଡ଼ା ସହର ଏକାତାଳି ଗ୍ରାମର ।

ଜଣେ ଦିନ ମଜୁରିଆକୁ ବାଇକ୍‌ରେ ବସାଇ ସେମାନେ ଗତ ରାତିରେ ସାଗରପାଳିକୁ ଛାଡିବାକୁ ଯାଇଥିଲେ। ସେଠାରୁ ନିଜ ଗାଁକୁ ଫେରୁଥିବା ବେଳେ କିଛି ବାଟ ଆସିବା ପରେ ସାଗରପାଲି ଛକ ନିକଟରେ ଏକ ଟ୍ରକ୍‌ ସେମାନଙ୍କୁ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଜଣଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2UdTp82

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages