ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରୁ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ କ୍ୱାରେଣ୍ଟାଇନ୍ରେ ଗଲେ ଓଡ଼ିଶା ଅଗ୍ନିଶମ ବିଭାଗର ୩୭୨ କର୍ମଚାରୀ। ସମସ୍ତଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । କୃପାଜଳ ଇଂଜିନିୟରିଂ କ୍ୟାମ୍ପସ ଏବଂ ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ରେ ହୋଇଥିବା ଟିଏମ୍ସିରେ ସେମାନଙ୍କୁ ରଖାଯାଇଛି । ସମସ୍ତ ସଦସ୍ୟଙ୍କ କୋଭିଡ୍-୧୯ ଟେଷ୍ଟ କରାଯିବ ବୋଲି ଜଣାଯାଇଛି ।
ବାତ୍ୟା ଅମ୍ଫାନ କ୍ଷୟକ୍ଷତି ପରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ ସଦସ୍ୟ । ବିଧ୍ୱସ୍ତ ହୋଇପଡ଼ିଥିବା କୋଲକାତା ଓ ଆଖପାଖ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଇଥିଲା ।
ଗତ ୨୪ ତାରିଖରେ ଏହି ଟିମ୍ ପଶ୍ଚିମବଙ୍ଗ ଗସ୍ତ କରିଥିବାବେଳେ ସେଠାରେ ଉଲ୍ଲେଖନୀୟ କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି । ଓଡ଼ିଶାରୁ ଯାଇଥିବା ଅଗ୍ନିଶମ ଟିମ୍ ୨୫୫୦ ଗଛ କାଟି ସଫା କରିବା ସହ ରାସ୍ତାରେ ବାଧକ ସାଜିଥିବା ୭୧୭ଟି ବିଦ୍ୟୁତ୍ ଖୁଣ୍ଟ ବାହାର କରି ରାସ୍ତା ସଫା କରିଥିଲେ । ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ପଶ୍ଚିମବଙ୍ଗ ସରକାର ମଧ୍ୟ ଭୁରି ଭୁରି ପ୍ରଂଶସା କରିଛନ୍ତି। ସେଠାକାର ନଗର ଉନ୍ନୟନ ମନ୍ତ୍ରୀ ଏବଂ କୋଲକାତା ମେୟର ଓଡ଼ିଶା ଅଗ୍ନିଶମ ବାହିନୀର ଏହି ଟିମ୍ର ଉଚ୍ଚ ପ୍ରଶଂସା କରିବା ସହ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
from Odisha Reporter https://ift.tt/3dPpNpa
No comments:
Post a Comment