ମାସ୍କ ବ୍ୟବହାର ନେଇ ନୂଆ ଗାଇଡ୍‌ଲାଇନ୍ସ ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 5, 2020

ମାସ୍କ ବ୍ୟବହାର ନେଇ ନୂଆ ଗାଇଡ୍‌ଲାଇନ୍ସ ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମୁକାବିଲା ପାଇଁ ମାସ୍କ ବ୍ୟବହାର ନେଇ ନୂଆ ଗାଇଡଲାଇନ୍ସ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)। ଏହା ଅନୁଯାୟୀ, ବ୍ୟାପକ ସଂକ୍ରମିତ ସ୍ଥାନରେ ରୋଗୀଙ୍କ ସହ ମେଡିକାଲର ସମସ୍ତ କର୍ମଚାରୀ ମେଡିକାଲ୍‌ ମାସ୍କ ପିନ୍ଧିବା ଜରୁରୀ। ମେଡିକାଲରେ କାମ କରୁଥିବା ସଫେଇ କର୍ମଚାରୀ ମଧ୍ୟ ମେଡିକାଲ ମାସ୍କ ପିନ୍ଧିବା ଆବଶ୍ୟକ। ଏମିତି କି କୋଭିଡ୍-୧୯ ସଂକ୍ରମଣ ନଥିବା ଓ୍ୱାର୍ଡରେ ମଧ୍ୟ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ମାସ୍କ ପିନ୍ଧିବା ଜରୁରୀ ବୋଲି WHO କହିଛି।

ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ଯଦି ସାମାଜିକ ଦୂରତା ସମ୍ଭବ ହେଉ ନାହିଁ, ତା’ହେଲେ ୬୦ ବର୍ଷରୁ ଅଧିକ କିମ୍ବା ବିଛଣାରେ ପଡ଼ିରହୁଥିବା ଲୋକଙ୍କୁ ମେଡିକାଲ ମାସ୍କ ପିନ୍ଧାଇବା ଆବଶ୍ୟକ। ସେହିଭଳି ଗୋଷ୍ଠୀ ସଂକ୍ରମଣ ସ୍ଥାନରେ ଯେତେବେଳେ ଅତିକମ୍‌ରେ ଗୋଟିଏ ମିଟରର ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହେଉ ନାହିଁ ସେତେବେଳେ ସାଧାରଣ ଲୋକ ମଧ୍ୟ ମାସ୍କ ବ୍ୟବହାର କରିବା ଉଚିତ୍‌।  ସେଥିପାଇଁ କପଡ଼ା ତିଆରି ମାସ୍କ (ଘରେ ତିଆରି କରି ହେଉ ଅବା ବଜାରରୁ କିଣି) ବ୍ୟବହାର କରିବାକୁ କୁହାଯାଇଛି।

WHO କହିଛି, କପଡ଼ା ମାସ୍କଗୁଡ଼ିକ ତିନି ପରସ୍ତର ହେବାର ଉଚିତ୍। ଭିତର ପରସ୍ତଟି କଟନ୍‌ ହେବା ଉଚିତ୍‌। ଫଳରେ ପିନ୍ଧୁଥିବା ବ୍ୟକ୍ତି ଛିଙ୍କିଲେ ବା କାଶିଲେ ଶରୀର ଭିତରୁ ନିର୍ଗତ ହେଉଥିବା ତରଳ ପଦାର୍ଥକୁ ଏହା ଶୋଷି ନେବ। ସେହିପରି ମଝି ପରସ୍ତଟି ପଲିପ୍ରପିଲିନ୍‌ ଭଳି ଏକ ନନ୍‌-ଓଭେନ୍‌ ମ୍ୟାଟେରିଆଲ୍‌ ହେବା ଉଚିତ୍, ଯାହା ଫିଲ୍‌ଟର ଭାବେ କାର୍ଯ୍ୟ କରିବ। ସେହିପରି ବାହାର ପରସ୍ତଟି ପଲିଷ୍ଟର ଭଳି ସାମଗ୍ରୀରେ ତିଆରି ହେବା ଉଚିତ୍ ଯାହା ବାହାରୁ କୌଣସି କଣିକାକୁ ଯେମିତି ଶରୀର ଭିତରେ ପଶିବାକୁ ଦେବ ନାହିଁ। ତେବେ ଏଭଳି ମାସ୍କ ତିଆରି କରିବା ସମ୍ଭବ ନ ହେଲେ ସାଧାରଣ କପଡ଼ା ମାସ୍କକୁ ଏକାଧିକ ପରସ୍ତ କରି ପିନ୍ଧିବାକୁ WHO ପରାମର୍ଶ ଦେଇଛି।

ସେହିପରି କପଡ଼ା ତିଆରି ମାସ୍କ ଗୁଡ଼ିକୁ ବାରମ୍ବାର ଗରମ ପାଣିରେ ସାବୁନ୍‌ ବା ଡିଟର୍‌ଜେଣ୍ଟରେ ଧୋଇବାକୁ ଓ ଠିକ୍ ଢଙ୍ଗରେ ପିନ୍ଧିବାକୁ କୁହାଯାଇଛି। ହାତ ନ ଧୋଇ ବାରମ୍ବାର ମାସ୍କ ଛୁଇଁବା କିମ୍ବା ବାରମ୍ବାର ଖୋଲିବା ଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।



from Odisha Reporter https://ift.tt/2UgB0aD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages