ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ମଖଲପୁର ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଅନାଦି ବେହେରାଙ୍କ ପୁଅ ଜଗବନ୍ଧୁ ବେହେରା। ତାଙ୍କୁ ୧୭ ବର୍ଷ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ପାୱରକଟ୍ ହୋଇଥିବା ସମୟରେ ଜଗବନ୍ଧୁ ଘରେ ଫ୍ୟାନ୍ ମରାମତି କରୁଥିଲେ। ଏହି ସମୟରେ ହଠାତ୍ ବିଦ୍ୟୁତ୍ ଆସିଯାଇଥିଲା। ଜଗବନ୍ଧୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
from Odisha Reporter https://ift.tt/2Y2Gqar
No comments:
Post a Comment