୨୧ ଜିଲ୍ଲାରୁ ଚିହ୍ନଟ ହେଲେ ୧୩୦ ଆକ୍ରାନ୍ତ, କଟକରେ ସବୁଠୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

୨୧ ଜିଲ୍ଲାରୁ ଚିହ୍ନଟ ହେଲେ ୧୩୦ ଆକ୍ରାନ୍ତ, କଟକରେ ସବୁଠୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୧ ଜିଲ୍ଲାରୁ ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଞ୍ଚିଛି। ନୂଆ ଚିହ୍ନଟ ୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ହୋଇଥିବା ବେଳେ ୬ଟି ଲୋକାଲ୍ କେସ୍ ବୋଲି ଜଣାଯାଇଛି। ଏ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୧୩୦  ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୨୩, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୨୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏହାବ୍ୟତୀତ ଗଞ୍ଜାମରୁ ୧୨, ସୁନ୍ଦରଗଡ଼ ଓ ଗଜପତିରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୬; ବରଗଡ଼ ଓ ଭଦ୍ରକରୁ ୪ ଜଣ ଲେଖାଏଁ ଚିହ୍ନଟ ପଜିଟିଭ ଚିହ୍ନଟ ହୋଇଛନ୍ତି।

ବଲାଙ୍ଗିର, କନ୍ଧମାଳ, ଯାଜପୁର ଓ କଳାହାଣ୍ଡିରୁ ୩ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ା, କେନ୍ଦୁଝର ଓ ଢେଙ୍କାନାଳରୁ ୨  ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ପୁରୀ, ରାୟଗଡ଼ା, ଜଗତସିଂହପୁର, ଅନୁଗୁଳ, ସୋନପୁରରୁ ଜଣେ ଲେଖାଏଁ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।



from Odisha Reporter https://ift.tt/2XCerQ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages