ଇଟା ମାଫିଆ କବ୍‌ଜାରେ ଖେଳ ପଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 4, 2020

ଇଟା ମାଫିଆ କବ୍‌ଜାରେ ଖେଳ ପଡ଼ିଆ

ଆଳି(ବନମାଳି ସାହୁ): ଇଟା ମାଫିଆଙ୍କ କବଜାରେ ଖେଳ ପଡ଼ିଆ। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରପଟଣାରୁ। ଜଣେ ଇଟା ମାଫିଆ ପ୍ରାୟ ଦୁଇ ବର୍ଷ ହେବ ଖେଳ ପଡ଼ିଆରେ ବେଆଇନ ଇଟାଭାଟି କରିବାରୁ ସ୍ଥାନୀୟ ଅଞ୍ଚଳର ଯୁବକମାନେ ସେଠାରେ ଖେଳି ପାରୁନାହାନ୍ତି।

ବର୍ଷକ ତଳେ ୨ ଲକ୍ଷ ଟଙ୍କା ସରକାରୀ ଅନୁଦାନରେ ଖେଳ ପଡ଼ିଆର ଉନ୍ନତିକରଣ କରାଯାଇଥିଲା। ହେଲେ ମାଫିଆ ଏହାକୁ କବଜାକୁ ନେଇ ପଡ଼ିଆର ବିଭିନ୍ନ ସ୍ଥାନକୁ ଉଦ୍ଦେଶ୍ୟମୂଳକ ଭାବେ ଗାତ ଖୋଳି ଦେଇଛନ୍ତି। ପ୍ରତିବାଦ କରିବାରୁ ସେମାନଙ୍କୁ ଧମକ ଚମକ ଦେଉଛନ୍ତି। ଏନେଇ ରାଜକନିକା ତହସିଲଦାର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଅଭିଯୋଗ କରିଛନ୍ତି। ତେବେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାପଡ଼ାର ଉପ-ଜିଲାପାଳ କହିଛନ୍ତି।

ସ୍ଥାନୀୟ ବାସିନ୍ଦା ଦୀପ୍ତି ସାଗର ବେହେରା କହିଛନ୍ତି,“ଗୋଚର ଜମିକୁ କିଛି ଇଟା ମାଫିଆ ବେଆଇନ ଭାବେ କବଜାକୁ ନେଇ ଯାଇଛନ୍ତି। ଯାହାଫଳରେ ଆମ ଖେଳ ପଡ଼ିଆ ସଙ୍କୁଚିତ ହୋଇ ଯାଇଛି।  କିଛି ଦିନ ପୂର୍ବରୁ ସରକାର ଏହି ଖେଳ ପଡ଼ିଆ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ମାଫିଆମାନେ ଗାତ ଖୋଳି ଏହାକୁ ବରବାଦ କରିଦେଇଛନ୍ତି। ଫଳରେ ଆମେ ଖେଳିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ”

ଏହି ବିଷୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ବିଡିଓଙ୍କୁ କହିଥିଲେ। ବିଡିଓ ଏଠାକୁ ଆସିଥିଲେ ମଧ୍ୟ କିଛି ପଦକ୍ଷେପ ନେଇ ନାହାନ୍ତି।  ଏହି ଘଟଣାର ତୁରନ୍ତ ସମାଧାନ ସହ ମାଫିଆମାନଙ୍କ କବଳରୁ ଏହି ଖେଳ ପଡ଼ିଆକୁ ମୁକ୍ତ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ଦାବି କରିଛନ୍ତି।

କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର କହିଛନ୍ତି,“ଏହି ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବୁ। ସର୍ବସାଧାରଣଙ୍କ ସମ୍ପତ୍ତିକୁ ଜବର ଦଖଲ କରି ଇଟାଭାଟି ପକାଉଥିଲେ, ତାକୁ ଆମେ ଖୁବ ଶୀଘ୍ର ଉଚ୍ଛେଦ କରିବାକୁ ବ୍ୟବସ୍ଥା କରିବୁ।”



from Odisha Reporter https://ift.tt/30ca5Rk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages