ରାଜ୍ୟରେ ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

ରାଜ୍ୟରେ ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୭ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଫେରନ୍ତା NDRF ଟିମ୍‌ରୁ ଚିହ୍ନଟ ହୋଇଛନ୍ତି ୨୮୨ କରୋନା ଆକ୍ରାନ୍ତ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଞ୍ଚି ଯାଇଛି।  ୨୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୨୬ ଟି ଲୋକାଲ କେସ୍‌ ବୋଲି ଜଣାପଡ଼ିଛି।

୨୮୨ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୭୫, ଖୋର୍ଦ୍ଧାରୁ ୨୬, ଝାରସୁଗୁଡ଼ା-୨୩ ଓ କନ୍ଧମାଳ ଜିଲ୍ଲାରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ସମ୍ବଲପୁର ଜିଲ୍ଲାରୁ ୧୩, ଜଗତସିଂହପୁରରୁ୧୧  ପୁରୀରୁ ୯, ଯାଜପୁର, ମୟୂରଭଞ୍ଜରୁ ୬ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।   କଟକରୁ ୪, ବାଲେଶ୍ୱର ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ଼, ସୁନ୍ଦରଗଡ଼, ବଲାଙ୍ଗିର,କୋରାପୁଟ ଓ ନୟାଗଡ଼ରୁ  ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ ପଶ୍ଚିମବଙ୍ଗରୁ ଫେରିଥିବା NDRF ଟିମ୍‌ର 8ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

The post ରାଜ୍ୟରେ ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/2VdxKNJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages