କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଅଞ୍ଚଳରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର କୁତବ ଗ୍ରାମବାସୀ ବାଘର ମୃତଦେହକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ବାଘଟିର ମୃତଦେହକୁ ବ୍ୟବଚ୍ଛେଦ କରି ପୋତି ଦେଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ନ ଥିବା ବେଳେ ବୟାସାଧିକ କାରଣରୁ ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ।
ସମ୍ବଲପୁର ଆରସିସିଏଫ୍ ଚିତ୍ତରଞ୍ଜନ ମିଶ୍ର, ବାମରା ଡିଏଫଓ ନୃସିଂହ ଚରଣ ମିଶ୍ର, ଏସିଏଫ୍ ଯଦୁମଣି କେର୍କେଟା ଓ ରାଜେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।
The post କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/2A3stRK
No comments:
Post a Comment