ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଟ୍ରକ୍କୁ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ବସ୍ ଡ୍ରାଇଭର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ବସ୍ଟି ପଣ୍ଡିଚେରୀରୁ ୫୦ ଜଣ ପ୍ରବାସୀଙ୍କୁ ନେଇ ବିହାରର ପାଟନା ଅଭିମୁଖେ ଯାଉଥିଲା। ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଜାମୁଝାଡ଼ି ଛକର ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ବସ୍ଟି ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବସ୍ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି। ଏହାସହ ବସ୍କୁ ଜବତ କରିଛି।
The post ଟ୍ରକ୍କୁ ପଛରୁ ଧକ୍କା ଦେଲା ପ୍ରବାସୀଙ୍କ ବସ୍ appeared first on Odisha Reporter.
from Odisha Reporter https://ift.tt/3eGx5fL
No comments:
Post a Comment