ଲଦାଖ ଘଟଣାକୁ ବିରୋଧ କରି ଜୋମାଟୋ କର୍ମଚାରୀମାନେ କମ୍ପାନୀର ଟି-ଶର୍ଟ ଜାଳିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 27, 2020

ଲଦାଖ ଘଟଣାକୁ ବିରୋଧ କରି ଜୋମାଟୋ କର୍ମଚାରୀମାନେ କମ୍ପାନୀର ଟି-ଶର୍ଟ ଜାଳିଲେ

କୋଲକାତା: ଲଦାଖରେ ଚୀନ ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ସହିଦ ହେବା ଘଟଣାର ପ୍ରତିବାଦରେ ଗତକାଲି କୋଲକାତାରେ ଜୋମାଟୋର କିଛି କର୍ମଚାରୀ କମ୍ପାନୀର ଟି-ଶର୍ଟ ଚିରିବା ସହିତ ଜାଳି ଦେଇଥିଲେ।

କୋଲକାତାର ବେହାଲା ଅଞ୍ଚଳରେ ଏହି ପ୍ରତିବାଦ କରାଯାଇଥିବା ବେଳେ ବିକ୍ଷୋଭକାରୀମାନେ କହିଥିଲେ ଯେ ସେମାନେ ଜୋମାଟୋରୁ ଇସ୍ତଫା ମଧ୍ୟ ଦେଇଛନ୍ତି। କାରଣ ଏଥିରେ ଚୀନର ଏକ କମ୍ପାନୀ ଅର୍ଥ ନିବେଶ କରିଛି। ଏହା ସହିତ ଜୋମାଟୋ ଜରିଆରେ ଖାଦ୍ୟ ଅର୍ଡର ନ କରିବାକୁ ସେମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ସେମାନେ ଆହୁରି କହିଥିଲେ, ଚୀନର କମ୍ପାନୀଗୁଡ଼ିକ ଭାରତରେ ଅର୍ଥ ନିବେଶ କରି ଭଲ ଲାଭ ପାଉଛନ୍ତି। କିନ୍ତୁ ଅନ୍ୟ ପଟେ ତାଙ୍କ ଦେଶର ସେନା ଆମ ଯବାନମାନଙ୍କୁ ଆକ୍ରମଣ କରୁଛି। ସେମାନେ ଆମ ଦେଶର ଜାଗାକୁ ହାତେଇବାକୁ ଚାହୁଁଛନ୍ତି। ସେମାନଙ୍କୁ ଆଦୌ ସେମିତି କରିବାକୁ ଦିଆଯିବ ନାହିଁ।

ଏହି ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ କହିଥିଲେ ଯେ ସେମାନେ ଭୋକରେ ସିନା ରହିବେ, କିନ୍ତୁ ଚୀନର ଅର୍ଥ ନିବେଶ ହୋଇଥିବା ଏହି କମ୍ପାନୀ (ଜୋମାଟୋ)ରେ କାମ କରିବେ ନାହିଁ। ତେବେ ଏନେଇ ଜୋମାଟୋ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ।

ଗତ ମେ’ ମାସରେ କରୋନା ଭାଇରସ୍ ଯୋଗୁ ଜୋମାଟୋ ତା’ର ୫୨୦ କର୍ମଚାରୀଙ୍କୁ ଛଟେଇ କରି ଦେଇଥିଲା। ତେଣୁ ଗତକାଲି ବିକ୍ଷୋଭ କରିଥିବା ଲୋକଙ୍କ ମଧ୍ୟରେ ଏମାନେ ଥିଲେ ନା ଆଉ କିଏ, ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ଜୁନ୍ ୧୫ ତାରିଖରେ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ ଥିଲେ। ଚୀନ ସେନା ପ୍ରଥମେ ଆକ୍ରମଣ କରିଥିଲା। ଭାରତୀୟ ସେନାର ପ୍ରତିଆକ୍ରମଣରେ ଚୀନ୍‌ର ୪୩ ଯବାନ ମୃତାହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ କମାଣ୍ଡଂ ଅଫିସ୍‌ର ଓ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ଥିଲେ। ଏ ଦୁଇ ବରିଷ୍ଠ ଅଧିକାରୀ ନିହତ ହୋଇଥିବା କଥା ଚୀନ ସ୍ୱୀକାର କରିଥିବା ବେଳେ ଆଉ କେତେ ଯବାନ ନିହତ ହୋଇଛନ୍ତି, ତା’ର ହିସାବ ଦେଇ ନାହିଁ।

The post ଲଦାଖ ଘଟଣାକୁ ବିରୋଧ କରି ଜୋମାଟୋ କର୍ମଚାରୀମାନେ କମ୍ପାନୀର ଟି-ଶର୍ଟ ଜାଳିଲେ appeared first on Odisha Reporter.



from Odisha Reporter https://ift.tt/2NC5AYA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages