ରାଉରକେଲା (ପବନ ତିୱାରୀ): କରୋନା ପାଇଁ ଅନ୍ଲାଇନ୍ରେ ହେବ ବିପିୟୁଟି ଫାଇନାଲ୍ ସେମିଷ୍ଟର ପରୀକ୍ଷା। ଏନେଇ ରାଉରକେଲା ସ୍ଥିତ ବିପିୟୁଟି ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି।
ବିପିୟୁଟିର ସମସ୍ତ ପ୍ରୋଗ୍ରାମର ଫାଇନାଲ୍ ସେମିଷ୍ଟର ହୋମ୍ ବେସ୍ଡ ହେବ। ସମସ୍ତ ଛାତ୍ରଛାତ୍ରୀମାନେ ଘରେ ରହି ଅନ୍ଲାଇନ୍ ମାଧ୍ୟମରେ ପରୀକ୍ଷା ଦେବେ। ଏନେଇ ବିପିୟୁଟି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୯ରୁ ଆରମ୍ଭ ହୋଇ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏହା ଦ୍ୱାରା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଛାତ୍ରଛାତ୍ରୀମାନେ ଉପକୃତ ହେବେ। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି।
The post କରୋନା ପାଇଁ ଅନ୍ଲାଇନ୍ରେ ହେବ ବିପିୟୁଟି ପରୀକ୍ଷା appeared first on Odisha Reporter.
from Odisha Reporter https://ift.tt/3g3Damp
No comments:
Post a Comment