ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକ୍ ଅନ୍ତର୍ଗତ କଳାରାହାଙ୍ଗ ପଞ୍ଚାୟତର ୱାର୍ଡ ନଂ-୮ରେ ଥିବା ସୁଭଦ୍ରା ଆପାର୍ଟମେଣ୍ଟରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ସଂପୃକ୍ତ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
ଗତକାଲି ରାତି ୭ଟାରୁ ଆସନ୍ତା ୩୦ ତାରିଖ ରାତି ୭ଟା ଯାଏ ଏହି ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ରେ ପହଞ୍ଚିଛି। ସେଥିମଧ୍ୟରୁ ୧୩୧ଟି ଆକ୍ଟିଭ୍ କେସ୍ ରହିଛି। ୧୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
The post ସୁଭଦ୍ରା ଆପାର୍ଟମେଣ୍ଟ କଣ୍ଟେନ୍ମେଣ୍ଟ ଜୋନ୍ appeared first on Odisha Reporter.
from Odisha Reporter https://ift.tt/2AaKptz
No comments:
Post a Comment