ଶୋପିଆନ: ଜମ୍ମୁ-କଶ୍ମୀରର ଶୋପିଆନ ଓ ପାମ୍ପମରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ଅପରେସନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ, ଏକ-୪୭ ଓ ଇନସାସ ରାଫଲ ଜବତ ହୋଇଛି।
ଡିଜିପି ଦୀଲବାଗ ସିଂହ କହିଛନ୍ତି, ପାମ୍ପମର ସ୍ଥିତ ମୀଜ ଠାରେ ଗତକାଲି ରାତିରୁ ହିଁ ସର୍ଚ୍ଚ ଅପରେସନ ଜାରି ରହିଥିଲା। ସୁରକ୍ଷାକର୍ମୀ ଓ ପୁଲିସ୍ ପକ୍ଷରୁ ଚାଲିଥିବା ଏହି ସର୍ଚ୍ଚ ଅପରେସନରେ ପ୍ରଥମେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା। ତେବେ ଆଉ ଦୁଇ ଜଣ ଆତଙ୍କବାଦୀ ସ୍ଥାନୀୟ ଜାମିଆ ମସଜିଦରେ ପ୍ରବେଶ କରି ଲୁଚି ଯାଇଥିଲେ।
ଏହା ଏକ ବଡ଼ ଅଟାଳିକା ହୋଇଥିବାରୁ ସର୍ଚ୍ଚ ଅପରେସନକୁ ବେଶ ଯୋଜନାବଦ୍ଧ ଭାବେ କରାଯାଇଥିଲା। ଆଜି ସକାଳୁ ଅପରେସନକୁ ଜୋରଦାର କରାଯାଇ ମସଜିଦରେ ଲୁଚି ଥିବା ଦୁଇ ଆତଙ୍କବାଦୀଙ୍କୁ ଖତମ କରାଯାଇଛି। ତଥାପି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସେ କହିଛନ୍ତି।
ସେହିପରି ଶୋପିଆନରେ ସୁରକ୍ଷାକର୍ମୀ ୩ ଜଣ ଆତଙ୍କବାଦୀଙ୍କୁ ଘେରା ବନ୍ଦୀ କରି ରଖିଥିବା ଖବର ମିଳିଛି।
from Odisha Reporter https://ift.tt/3egRp79
No comments:
Post a Comment