ଆଲୋଚନା ପରେ ପଣବନ୍ଦୀ ଥିବା ୧୦ ଭାରତୀୟ ଯବାନଙ୍କୁ ଛାଡ଼ିଲା ଚାଇନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

ଆଲୋଚନା ପରେ ପଣବନ୍ଦୀ ଥିବା ୧୦ ଭାରତୀୟ ଯବାନଙ୍କୁ ଛାଡ଼ିଲା ଚାଇନା!

ନୂଆଦିଲ୍ଲୀ: ସୋମବାର ଚାଇନା ସହ ସଂଘର୍ଷ ବେଳେ ଘଟିଥିବା ଏକ ବଡ଼ ଘଟଣା ଏବେ ସାମ୍ନାକୁ ଆସିଛି। ଗଲୱାନ ଘାଟିରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ସମୟରେ ଚାଇନା କୌଶଳକ୍ରମେ ୧୦ ଜଣ ଭାରତୀୟ ଯବାନଙ୍କୁ ପଣବନ୍ଦୀ କରି ନେଇଥିଲା। ଏମାନଙ୍କ ମଧ୍ୟରେ ୨ ଜଣ ମେଜର ମଧ୍ୟ ରହିଥିଲେ। ତେବେ ଭାରତ ସହ ଘନଘନ ବୈଠକ କରିବା ପରେ ଚାଇନା ଗୁରୁବାର ସନ୍ଧ୍ୟାରେ ସମସ୍ତ ୧୦ ଭାରତୀୟ ଯବାନଙ୍କୁ ଛାଡ଼ିଦେଇଛି।

ନ୍ୟୁଜ ଏଜେନ୍ସି ପିଟିଆଇରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ସୋମବାର ରାତିଠାରୁ ଚାଇନାର ଯବାନମାନେ ୧୦ ଜଣ ଭାରତୀୟଙ୍କୁ ନିଜ କବଜାକୁ ନେଇ ଯାଇଥିଲେ। ଏହାପରେ ମଙ୍ଗଳବାର ଠାରୁ ସେମାନଙ୍କୁ ଆଣିବା ପାଇଁ ଭାରତ-ଚାଇନା ମେଜର ଜେନେରାଲ ସ୍ତରୀୟ ଆଲୋଚନା କରିଥିଲେ। ପ୍ରଥମେ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ନଥିଲା। କିନ୍ତୁ ପରେ ଚାଇନା ପଣବନ୍ଦୀ କରି ରଖିଥିବା ସମସ୍ତ ଯବାନଙ୍କୁ ଛାଡ଼ିବାକୁ ରାଜି ହୋଇଥିଲା।

ବୁଝାମଣା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଭାରତୀୟ ଯବାନ ନିଜ ବେସକୁ ଫେରିଛନ୍ତି। ପିଟିଆଇ ଏଭଳି ଖବର ପ୍ରକାର କରିଥିଲେ ହେଁ ଏଯାଏ ସେନା କିମ୍ବା ସରକାରଙ୍କ ପକ୍ଷରୁ ୧୦ ଯବାନଙ୍କୁ ରିଲିଜ କରିବା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

ସେନା ପକ୍ଷରୁ ଖାଲି କୁହାଯାଇଛି ଯେ ସୋମବାର ସଂଘର୍ଷରେ ସାମିଲ ଥିବା ସମସ୍ତ ଯବାନଙ୍କ ତଥ୍ୟ ଆମ ପାଖରେ ରହିଛି ଓ କେହି ବି ନିଖୋଜ ନାହାନ୍ତି। ଏହି ସଂଘର୍ଷରେ ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ୭୬ ଜଣ ଆହତ ହୋଇଥିଲେ।



from Odisha Reporter https://ift.tt/3hDm9Br

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages