ଗୁପ୍ତଧନ ପାଇବା ଆଶାରେ ଚାଲିଥିଲା ଗୁପ୍ତ ପୂଜାର୍ଚ୍ଚନା; ପିଟିଲେ ଗ୍ରାମବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 18, 2020

ଗୁପ୍ତଧନ ପାଇବା ଆଶାରେ ଚାଲିଥିଲା ଗୁପ୍ତ ପୂଜାର୍ଚ୍ଚନା; ପିଟିଲେ ଗ୍ରାମବାସୀ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଗୁପ୍ତଧନ ପାଇବା ଆଶାରେ ଚାଲିଥିବା ଗୁପ୍ତ ପୂଜାର୍ଚ୍ଚନା ମହଙ୍ଗା ପଡ଼ିଲା। ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲେ କର୍ତ୍ତା ଓ ପୂଜକ ଗୋଷ୍ଠି। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗାଁରେ ଘଟିଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁସାରେ, କରଞ୍ଜକଟା ଗାଁର ଈଶ୍ୱର ବେହେରା ନାମକ ବ୍ୟକ୍ତି ସୁନା ହଣ୍ଡା ପାଇବା ଲାଲସାରେ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଜଣେ ମହିଳାଙ୍କ ସହ ପୂଜକ ଓ ୮ ଜଣ ବ୍ୟକ୍ତିଙ୍କୁ ପୂଜାର୍ଚ୍ଚନା ପାଇଁ ଡାକିଥିଲେ। ଗତକାଲି ବିଳମ୍ବିତ ରାତିରେ ଗାଁ ମୁଣ୍ଡର ଏକ ନିର୍ଜନ ସ୍ଥାନରେ ଗୁପ୍ତ ପୂଜା ଆରମ୍ଭ ହୋଇଥିଲା।

ଗାଁର କିଛି ଯୁବକ ଏହା ଜାଣିପାରି ଘଟଣାସ୍ଥଳରେ ପହଞ୍ଚିବା ପରେ ପୂଜାର୍ଚ୍ଚନାରେ ନିୟୋଜିତ ବ୍ୟକ୍ତିମାନେ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରିଥିଲେ।  ଗ୍ରାମବାସୀଙ୍କ ନିକଟରେ ଏହି ଖବର ପହଞ୍ଚିବା ପରେ ଉତ୍ତ୍ୟକ୍ତ ଯୁବକଙ୍କୁ କାବୁ କରି ସେମାନେ ନିର୍ଧୂମ ଛେଚିଥିଲେ। ପୁରୁଣାକଟକ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ପହଞ୍ଚି ଈଶ୍ୱର ବେହେରାଙ୍କ ସମେତ ସମସ୍ତ ୧୦ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି।

ଉକ୍ତ ପୂଜା ସ୍ଥଳରୁ ମାଟି ଖୋଳାରେ ବ୍ୟବୈତ କୋଦାଳ, ଶାବଳ ଓ ବିଭିନ୍ନ ପୂଜା ସାମଗ୍ରୀ ଉଦ୍ଧାର ହୋଇଛି। ହେଲେ ସେଠାରେ ଗ୍ରାମର କାହାକୁ ବଳି ଦେବା ନିମନ୍ତେ ଖୋଳା ଯାଇଥିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକଟ କରୁଛନ୍ତି। ଏଥିସହ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।



from Odisha Reporter https://ift.tt/2Z392kz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages