କୁଚିଣ୍ଡା (ଦେବେନ୍ଦ୍ର ବେହେରା): ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ହରିପଡ଼ା ଗାଁର ଏକ କୂଅରୁ ଜଣେ ୪୫ ବର୍ଷୀୟ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନୂଆସ ଭୂୟାଁ।
ଗତକାଲି ପ୍ରାୟ୧୦ଟା ବେଳେ ନୂଆସ ବାଡ଼ିପଟକୁ ଯାଇ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ପାଇନଥିଲେ। ଏନେଇ ଥାନାକୁ ଜଣାଇଥିଲେ। ପୁଲିସ୍ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି କରିବା ପରେ କୂଅରୁ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କନଷ୍ଟେବଳଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
The post କୂଅରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ appeared first on Odisha Reporter.
from Odisha Reporter https://ift.tt/3g8nw9E
No comments:
Post a Comment