ବାରିପଦା(ମାଣିକଲାଲ୍ ପାଣି):ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ସ୍ଥିତ ତୁଳସୀ ଚଉରା ପ୍ରାଥମିକ ବିଦ୍ୟାଳୟ ହତା ପରିସରରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ।
ଆଜି ସକାଳେ ସ୍ଥାନୀୟ ଲୋକେ ସ୍କୁଲ ହତା ପରିସରରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏହାପରେ ଲୋକେ ପୁଲିସ୍କୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ତେବେ ମୃତ ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ହୋଇ ନଥିବା ବେଳେ ସେ କେଉଁ ପରିସ୍ଥିତିରେ ଏଠାକୁ ଆସିଲେ ତାହା ଜଣାପଡ଼ି ନାହିଁ। କେହି ହତ୍ୟା କରି ତାଙ୍କୁ ଝୁଲାଇ ଦେଇଥିବା ଲୋକେ ସନ୍ଦେହ କରୁଛନ୍ତି।
The post ସ୍କୁଲ ହତା ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/3eD39AZ
No comments:
Post a Comment