ପଣସ ଖାଇବାକୁ ଆସି ଜୀବନ ହାରିଲା ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 28, 2020

ପଣସ ଖାଇବାକୁ ଆସି ଜୀବନ ହାରିଲା ଭାଲୁ

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ପଣସ ଖାଇବାକୁ ଆସି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏକ ଭାଲୁର ମୃତ୍ୟୁ ଘଟିଛି। ଘଟଣା ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ବିନ୍ଦୁପୁରଗାଁରେ ଘଟିଛି । ମୃତ ଭାଲୁର ବୟସ ୭ ବର୍ଷ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ୱିତ ରାତିରେ ଭାଲୁଟି ବିନ୍ଦୁପୁର ଗାଁ ପାଖରେ ଥିବା ଏକ ପଣସ ଗଛକୁ  ଖାଇବାକୁ ଆସିଥିଲା। ହେଲେ ରାତିରେ ପବନ ହେବାରୁ ୧୧ କେଭି ବିଦ୍ୟୁତ୍‌ ତାର ନଇଁ ପଡ଼ି ତଳେ ଝୁଲି ରହିଥିଲା। ଭାଲୁଟି ବିଦ୍ୟୁତ୍ ତାରଟିକୁ ପାଟିରେ ପୂରାଇ ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିବା ବନ ବିଭାଗ କହିଛି।  ବନ ବିଭାଗ ଭାଲୁର ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ପଣସ ଖାଇବାକୁ ଆସି ଜୀବନ ହାରିଲା ଭାଲୁ appeared first on Odisha Reporter.



from Odisha Reporter https://ift.tt/3eD34NH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages