ବୃଦ୍ଧଙ୍କୁ ହାଣିଲେ ସରପଞ୍ଚଙ୍କ ସ୍ୱାମୀ, ଗିରଫ କରୁନି ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ବୃଦ୍ଧଙ୍କୁ ହାଣିଲେ ସରପଞ୍ଚଙ୍କ ସ୍ୱାମୀ, ଗିରଫ କରୁନି ପୁଲିସ୍‌

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ଅମାନୁଷିକ ଭାବେ  ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ସରପଞ୍ଚ ସ୍ୱାମୀ।   ବୃଦ୍ଧଜଣକ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ  ମୁଖ୍ୟ ଅଭିଯୁକ୍ତ କିନ୍ତୁ ଖୁଲମଖୁଲା ବାହାରେ ବୁଲୁଥିବା ଅଭିଯୋଗ ଆଣିଛନ୍ତି ବୃଦ୍ଧଙ୍କ ପରିବାର ଲୋକେ।  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗୁନେଇବିଲି ପଞ୍ଚାୟତର ବାଲିପଡା ଗାଁରେ  ୬ ଦିନ ପୂର୍ବେ ଏହି ଘଟଣା ଘଟିଥିବା ବେଳେ ପୁଲିସ୍ ୨ ଜଣଙ୍କୁ ଗିରଫ କରି ବସି ରହିଛି। ଏହାକୁ ନେଇ ଗାଁରେ ଅସନ୍ତୋଷ ଲାଗି ରହିଛି।

ସୂଚନା ଅନୁଯାୟୀ, ସାମାନ୍ୟ କଥାକୁ କେନ୍ଦ୍ର କରି ଗ୍ରାମର ବୟୋଜ୍ୟୋଷ୍ଠ ବ୍ୟକ୍ତି କୈଳାସ ବେହେରାଙ୍କ ସହ ସରପଞ୍ଚଙ୍କ ସ୍ୱାମୀ ଶ୍ରୀଧର ଲେଙ୍କାଙ୍କର କିଛି ଦିନ ହେବ ମତାନ୍ତର ଲାଗି ରହିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୂର୍ବ ଯୋଜନା ମୁତାବକ ଶ୍ରୀଧର ନିଜ ୨ ସହଯୋଗୀଙ୍କ ସହ  ୬ ଦିନ ପୂର୍ବେ କୈଳାସଙ୍କ ଘର ନିକଟରେ ପହଞ୍ଚିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଶ୍ରୀଧର ଓ ତାଙ୍କ ସହଯୋଗୀମାନେ  କୈଳାସଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହାଦେଖି କୈଳାସଙ୍କ ପୁଅ ଅଜୟ ଓ ବୋହୂ ଭାଗ ବେହେରା ତାଙ୍କୁ ରକ୍ଷା କରିବାକୁ ଆସିବାରୁ ସେମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।  ଏହାପରେ ଧମକ ଚମକ ମଧ୍ୟ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏନେଇ କାମାକ୍ଷାନଗର ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ ଚୁପ୍‌ ବସିଛି । ପୋଲିସ ଶ୍ରୀଧର ଲେଙ୍କାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ତେବେ ଏ ନେଇ ମାଡ଼ ମାରିଥିବା ସରପଞ୍ଚଙ୍କ  ସ୍ୱାମୀ ଶ୍ରୀଧର ଲେଙ୍କାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।



from Odisha Reporter https://ift.tt/2XppOKO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages