ସ୍ଥଳଭାଗ ଛୁଇଁବ ବାତ୍ୟା ନିସର୍ଗ, ବର୍ଷା ସାଙ୍ଗକୁ ପବନ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ସ୍ଥଳଭାଗ ଛୁଇଁବ ବାତ୍ୟା ନିସର୍ଗ, ବର୍ଷା ସାଙ୍ଗକୁ ପବନ ଆରମ୍ଭ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ନିସର୍ଗ। ଏହା ପୂର୍ବରୁ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ସ୍ଥାନରେ ବିଳମ୍ୱିତ ରାତିରୁ ପବନ ସହିତ ଜୋରଦାର ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଛି। ବାତ୍ୟାର ପ୍ରଭାବ ମହାରାଷ୍ଟ୍ର ଏବଂ ଗୁଜରାଟ ଉପରେ ରହିଛି। ଉଭୟ ରାଜ୍ୟକୁ ଏଥିପାଇଁ ଆଲର୍ଟ କରାଯାଇଛି।

ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି। ଜିଲ୍ଲା ପ୍ରଶାସନ ଏ ନେଇ ସମସ୍ତ ଲୋକଙ୍କୁ ଆଲର୍ଟ କରିଛି। ଏମିତିକି ଚାଳ, କୁଡିଆ ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।

ଅନ୍ୟପଟେ ଲୋକଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ଘରୁ ନବାହାରିବାକୁ ଆହ୍ୱାନ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ କଥା ହୋଇଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

ସେହିପରି ଦକ୍ଷିଣ ଗୁଜରାଟରେ ପବନ ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ବାତ୍ୟାର ପ୍ରକୋପ ଜୋର ରହିବ ବୋଲି ଆକଳନ କରି ରାଜ୍ୟ ସରକାର ୮୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଥିବା ସୂଚନା ରହିଛି।



from Odisha Reporter https://ift.tt/3gO6DlB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages