ଅଣାୟତ୍ତ ହେଉଛି ହିଂସା, ୧୭ ହଜାର ସେନା ମୁତୟନ କଲେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ଅଣାୟତ୍ତ ହେଉଛି ହିଂସା, ୧୭ ହଜାର ସେନା ମୁତୟନ କଲେ ଟ୍ରମ୍ପ

ଓ୍ୱାଶିଂଟନ: ଆମେରିକାର କୃଷ୍ନକାୟ ନାଗରିକ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ହିଂସା ଜାରି ରହିଛି। ସପ୍ତାହ ହେବ ଫ୍ଲୋଏଡଙ୍କ ପାଇଁ ହଜାର ହଜାର ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଆମେରିକା ସରକାର ୨୪ ରାଜ୍ୟରେ ୧୭ ହଜାର ସେନା ମୁତୟନ କରିଛନ୍ତି। ପୂର୍ବରୁ ଆମେରିକା କୃଷ୍ନକାୟକ ବିବାଦକୁ ନେଇ ହିଂସାର ସାମ୍ନା କରିଛି। ହେଲେ ଏହି ହିଂସା ଦୀର୍ଘ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ବୋଲି କୁହାଯାଉଛି।

କରୋନା ମହାମାରୀ ବେଳେ ଏଭଳି ହିଂସାକୁ ବରଦାସ୍ତ କରାଯିବନି ବୋଲି ଆମେରିକା ସରକାର କହିଛନ୍ତି। ହ୍ୱାଇଟ୍ ହାଉସର ପ୍ରେସ ସଚିବ କୋଲି ମେକନୋନି କହିଛନ୍ତି, “ଆମେରିକା ସଡ଼କରେ ଯାହା ବି ହେଉଛି ତାହା ଗ୍ରହଣୀୟ ନୁହେଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏହାଦ୍ୱାରା ଆମେରିକା ବାସୀ ଅନେକ ସମସ୍ୟାରେ ପଡ଼ୁଛନ୍ତି। ଯଦି 24ଟି ରାଜ୍ୟର ରାଜ୍ୟପାଳ ଯଦି ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହେବେ ତା’ହେଲେ ସେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି”।

ଏବେ ୨୪ଟି ରାଜ୍ୟରେ ନ୍ୟାଶନାଲ ଗାର୍ଡ ବା ସେନା ମୁତୟନ କରିଛନ୍ତି ସରକାର। ପୂର୍ବରୁ ସେନା ମୁତୟନ ରହିଥିଲେ ଏବେ ଆଉ ୧୭ ହଜାର ମୁତୟନ ହେବା ପରେ ମୋଟ୍ ୩,୫୦,୦୦୦ ସେନା ମୁତୟନ ହୋଇଥିବା ଜଣା ପଡ଼ିଛି।

ଅନ୍ୟପଟେ ହୁଷ୍ଟନ ବୋଲି ଆମେରିକା ରାଷ୍ଟ୍ରପତିଙ୍କୁ ମୁହଁ ବନ୍ଦ ରଖିବାକୁ ନିବେଦନ କରିଛନ୍ତି। ଏହି ପ୍ରସଙ୍ଗର ସମାଧାନ ପାଇଁ ଯଦି କୌଣସି ରାସ୍ତା ନାହିଁ ତା’ହେଲେ ମୁହଁ ବନ୍ଦ ରଖିବା ଉଚିତ୍ ବୋଲି ହୁଷ୍ଟନ ପୁଲିସର ମୁଖ୍ୟ ଅଧିକାରୀ ଡୋନାଲ୍ଡ ଟ୍ରମ୍ପଙ୍କୁ ନିବେଦନ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ମାସ ଅନ୍ତିମ ସୋମବାର ମିନେପୋଲିସରେ ଏକ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ଥାର୍ଡ ଡିଗ୍ରୀରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସରକାର ବିରୋଧରେ ବିଦ୍ରୋହ ତେଜିଛି। କୃଷ୍ନକାୟ ପ୍ରସଙ୍ଗରେ ବିବାଦ ଘେରରେ ରହୁଥିବା ଟ୍ରମ୍ପ ସରକାର ନିର୍ବାଚନ ବେଳେ ପୁଣି ଥରେ ଅଡ଼ୁଆରେ ପଡ଼ିଛନ୍ତି। ଲୋକଙ୍କ ଭିତରେ ଥିବା ବିଦ୍ରୋହର ନିଆଁ ଏବେ ସହରକୁ ସହର ଡେଇଁଛି।
ହଜାର ହଜାର ଆମେରିକୀୟ ରାସ୍ତାକୁ ଆସି ନାରାବାଜି କରୁଛନ୍ତି। ତେବେ ସ୍ଥିତି ଅଣାୟତ ହେଉଥିବା ଦେଖି ଆମେରିକାର ଅନେକ ସହରରେ ଜାରି ହୋଇଛି କର୍ଫ୍ୟୁ। ଲୋକମାନଙ୍କ ବାହାରକୁ ଯିବା ଉପରେ କଟକଣା ଜାରି କରିଛନ୍ତି ଟ୍ରମ୍ପ ସରକାର। ଏହାବାଦ ବିକ୍ଷୋଭକାରୀଙ୍କୁ ରୋକିବାକୁ ଯାଇ ଲୁହବୁହା ଗ୍ୟାସ ସହ ଲାଠିଚାଳନା କରୁଛି ପୁଲିସ୍। ମିନେପୋଲିସରେ ପ୍ରଥମେ ଏହି ହିଂସା ଦେଖାଦେଇଥିଲା।

କାଲିଫର୍ଣ୍ଣିଆ, କଲୋରଡୋ, ଫ୍ଲୋରିଡା, ଜର୍ଜିଆ, ଇଲିନୋଇସ୍, କେଣ୍ଟୁକି, ମିନେସୋଟା, ନ୍ୟୁୟର୍କ, ଓହିଓ, ଓରେଗନ୍, ପେନସିଲଭାନିଆ, ଦକ୍ଷିଣ କ୍ୟାରୋଲିନା, ଟେନେସୀ, ଉଟାହ, ୱାଶିଂଟନ୍, ୱିସ୍କୋସିନ୍ ଆଦି ସ୍ଥାନରେ ଏହି ବିଦ୍ରୋହ ଦେଖିବାକୁ ମିଳିଛି।



from Odisha Reporter https://ift.tt/3cx0irf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages