ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ ଲେହ ଗସ୍ତ କରିଥିଲେ। ବିନା କୌଣସି ପୂର୍ବ ସୂଚନାରେ ମୋଦି ଲେହରେ ହେଲିକପ୍ଟର ଯୋଗେ ଅବତରଣ କରିଥିଲେ। ଏହାପରେ ଯବାନ ମାନଙ୍କୁ ଭେଟିଥିଲେ।
ତେବେ ମୋଦିଙ୍କ ଏହି ହଠାତ୍ ଗସ୍ତ ପଠରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ରହିଛନ୍ତି। ଯିଏକି ଦିଲ୍ଲୀରେ ରହି ସିଡିଏସ ଜେନେରାଲ ବିପିନ ରାଓ୍ୱତ ଏବଂ ସ୍ଥଳ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନାରାଭନେଙ୍କ ସହ ଯୋଗାଯୋଗ କରି ବିମାନ ବନ୍ଦରରେ ଅବତରଣ କରିବା ପର୍ଯ୍ୟନ୍ତ ମୋଦିଙ୍କ ଗସ୍ତକୁ ସିକ୍ରେଟ୍ ରଖିଥିଲେ।
ଡୋଭାଲ ଦୁଇ ସପ୍ତାହ ହେବ ଆଇସୋଲେସନରେ ଥିଲେ। ଏବେ ମୋଦିଙ୍କ ସହିତ ନ ଆସି ଦିଲ୍ଲୀରେ ରହି ମୋଦିଙ୍କ ଲେହ ଗସ୍ତ କାର୍ଯ୍ୟକ୍ରମ ବାବଦରେ ରଣନୀତି ପ୍ରସ୍ତୁତ କରିଥିଲେ ବୋଲି ଜଣାପଡ଼ିଛି।
ବିଶେଷଜ୍ଞ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଚୀନ ପାଇଁ ଶକ୍ତ ଜବାବ। ବ୍ୟବସାୟୀ ପାଇଁ ଚୀନ୍ ଆଗରେ ଭାରତ ଆତ୍ମସମର୍ପଣ କରିବ ନାହିଁ ବୋଲି ମୋଦିଙ୍କ ଏହି ଗସ୍ତ ପ୍ରମାଣିତ କରିଛି। ଖାଲି ଏତିକି ନୁହେଁ ଲଦାଖ, ଲେହରେ ଥିବା ସ୍ଥାନୀୟ ବାସିନ୍ଦା, ଉପସ୍ଥିତ ଯବାନଙ୍କ ମନୋବଳ ଏହା ଦ୍ୱାରା ବଢ଼ିଛି।
ସୂଚନାଯୋଗ୍ୟ, ୨୦୧୭ ରେ ଡୋକଲାମ ବିବାଦ ବେଳେ ମଧ୍ୟ ମୋଦି ଏମିତି ଗସ୍ତ କରି ଯବାନଙ୍କ ସହିତ କଥା ହୋଇଥିଲେ।
The post ପ୍ରଧାନମନ୍ତ୍ରୀ ମୋଦିଙ୍କ ହଠାତ ଲେହ ଗସ୍ତ ପଛରେ କିଏ? appeared first on Odisha Reporter.
from Odisha Reporter https://ift.tt/2VK4pel
No comments:
Post a Comment