ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ଗତ ୧ ତାରିଖଠାରୁ ନିଖୋଜ ଅଛନ୍ତି। ସେ ଫୋନ୍ ଉଠାଉ ନାହାନ୍ତି। ଏପରିକି ଅନେକ ସମୟରେ ତାଙ୍କ ମୋବାଇଲ୍ ବନ୍ଦ ରହୁଛି ବୋଲି କହିଛନ୍ତି ବାଲେଶ୍ୱର ଭିଜିଲାନ୍ସ ଏସ୍ପି। ତେଣୁ ଆଇଆଇସି କେଉଁଠି ଅଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଗତ ୧ ତାରିଖରେ ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନା ସବ୍ ଇନ୍ସପେକ୍ଟର ବିମଳ କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହି ଘଟଣାରେ ଉଭୟ ଗିରଫ ହୋଇ ଜେଲ୍ ଯାଇଛନ୍ତି। ତା’ପରଠୁ ଆଇଆଇସି ସରୋଜିନୀ ନାୟକଙ୍କ ସହିତ ଯୋଗାଯୋଗ କରିପାରୁ ନାହାନ୍ତି ଭିଜିଲାନ୍ସ ଅଧିକାରୀ।
ଆଇଆଇସି ସରୋଜିନୀ ନାୟକଙ୍କୁ ବାଲେଶ୍ୱର ଏସ୍ପିଙ୍କ ମାଧ୍ୟମରେ ନୋଟିସ୍ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଏସ୍ପି।
ଏନେଇ ବାଲେଶ୍ୱର ଏସ୍ପି କହିଛନ୍ତି ଯେ ସରୋଜିନୀଙ୍କ ସଂପର୍କରେ ତାଙ୍କ ପାଖରେ ସଠିକ୍ ତଥ୍ୟ ନାହିଁ। ଏନେଇ ସେ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ପାଇବା ପରେ ସେ ଗଣମାଧ୍ୟମ ଆଗରେ ତଥ୍ୟ ରଖିବେ ବୋଲି କହିଛନ୍ତି।
The post ଆଇଆଇସି ନିଖୋଜ; ୧ ତାରିଖରୁ ପତ୍ତା ମିଳୁନି appeared first on Odisha Reporter.
from Odisha Reporter https://ift.tt/3gsZQwT
No comments:
Post a Comment