ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 3, 2020

ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନୟ ଜଗତରେ ଅଭିନେତ୍ରୀ ନିହାରିକା ଦାସଙ୍କୁ ୪ ବର୍ଷ ହୋଇଗଲାଣି। ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ତୁ କହିବୁ ନାଁ ମୁଁ’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ‘ତରଙ୍ଗ’ରେ ପ୍ରସାରିତ ରିଆଲିଟି ଶୋ ‘କିଏ ହେବ ମୋ ହିରୋଇନ୍’‌ରେ ବିଜୟୀ ହେବା ପରେ ନିହାରିକାଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା। ଏବେ ‘ତରଙ୍ଗ’ରେ ପ୍ରସାରିତ ହେଉଥିବା ମେଗାଧାରାବାହିକ ‘କାଳିଜାଇ’ରେ ସେ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି।

ତେବେ କମ୍‌ ଦିନର ଅଭିନୟ ଯାତ୍ରାରେ ନିହାରିକା ଫିଲ୍ମ ଜଗତରେ ଖୁବ୍ ଭଲ ବନ୍ଧୁ ପାଇଛନ୍ତି। ଅଭିନେତ୍ରୀ ଏଲିନାଙ୍କ ସହ ମିଶିବାକୁ ଏବଂ ତାଙ୍କ ସହ କଥା ହେବାକୁ ନିହାରିକା ଖୁବ୍‌ ପସନ୍ଦ କରନ୍ତି। ନିକଟରେ ଇନ୍‌ଷ୍ଟାଗ୍ରାମରେ ସେ ଏଲିନାଙ୍କର ଏକ ଫଟୋ ଶେଆର କରି ଲେଖିଥିଲେ- ‘ମୁଁ ପ୍ରତି ମୁହୂର୍ତ୍ତ ତୁମ ସହ ବିତାଇବାକୁ ଭଲପାଏ।’

ନିହାରିକାଙ୍କ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଏଲିନା ଲେଖିଛନ୍ତି-  ‘ମୁଁ  ତୁମକୁ କହିପାରିବିନି ମୁଁ ତୁମଠୁ ଏବଂ ତୁମ ଜୀବନରୁ କେତେ କ’ଣ ଶିଖିଛି। ତୁମେ ସତରେ ସ୍ୱତନ୍ତ୍ର। ତୁମ ପରିବାର ତୁମକୁ ପାଇ ସତରେ ଗର୍ବିତ।’

ଏହାର ଉତ୍ତରରେ  ନିହାରିକା ଲେଖିଛନ୍ତି ଯେ ତାଙ୍କ ମା’ ଏଲିନାଙ୍କୁ ବେଶି ଭଲପା’ନ୍ତି। ଏଲିନା ହେଉଛନ୍ତି ତାଙ୍କର ସବୁଠୁ ଅଧିକ ପ୍ରିୟ ଅଭିନେତ୍ରୀ।

 

 

The post ଏହି କଳାକାରଙ୍କ ସହ ପ୍ରତି ମୁହୂର୍ତ୍ତ ବିତାଇବାକୁ ଭଲପାଆନ୍ତି ନିହାରିକା appeared first on Odisha Reporter.



from Odisha Reporter https://ift.tt/2YYyp8k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages