ମୋହନା(ମିହିରି ଯତି): ପାରିବାରିକ କହଳରୁ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଦୁଃଖଦ ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପେଜପାଣି ଗାଁରେ ଘଟିଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ପେଜପାଣି ଗାଁର ଦୁର୍ମନ ଶବର। ଘଟଣା ପରେ ଅଭିଯୁକ୍ତ ପୁଅ କେପାସ ଶବର ଫେରାର ହୋଇଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଦୁର୍ମନ ଦ୍ଵିତୀୟ ବିବାହ କରିଥିଲେ। ଏହାକୁ ନେଇ ପରିବାର ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା। ଗତକାଲି ସକାଳେ ଦୁର୍ମନ ପ୍ରଥମ ସ୍ତ୍ରୀଙ୍କ ସହ ଝଗଡ଼ା କରିବା ସହ ତାଙ୍କୁ ମାରପିଟ୍ କରିଥିଲେ। ପରେ ସେ କାମକୁ ପଳାଇ ଯାଇଥିଲେ। ପୁଅ କେପାସ ସନ୍ଧ୍ୟାବେଳେ ଘରକୁ ଫେରି ମା’ଙ୍କ ପାଖରୁ ସବୁ କଥା ଜାଣିବା ପରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ।
ବାପାକୁ ହାଣିବା ପାଇଁ ରାସ୍ତାରେ ଟାଙ୍ଗିଆ ଧରି ବସି ରହିଥିଲେ କେପାସ । ଦୁର୍ମନ କାମ ସାରି ଘରକୁ ଫେରିବା ବେଳେ ବାଟରେ ସେ ତାଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଦୁର୍ମନଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ଏହାସହ ଟାଙ୍ଗିଆକୁ ଜବତ କରିଛି।
The post ବାପାକୁ ଟାଙ୍ଗିଆରେ ହାଣିଲା ପୁଅ appeared first on Odisha Reporter.
from Odisha Reporter https://ift.tt/31JTYv3
No comments:
Post a Comment