ବେଜିଂ: କରୋନା ସହ ଲଢ଼େଇ କରୁଥିବା ବିଶ୍ୱବାସୀଙ୍କ ପାଇଁ ପୁଣି ଏକ ଖରାପ ଖବର ଆସିଛି। ଏବେ ଚାଇନାରୁ ଆଉ ଏକ ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଏହି ମହାମାରୀ ଦ୍ୱାରା ବିଶ୍ୱର କୋଟିକୋଟି ଲୋକ ପ୍ରାଣ ହରାଇଛନ୍ତି। ଏବେ ପୁଣିଥରେ ଏହା ଚାଇନାରେ ବ୍ୟାପିବା ଆରମ୍ଭ କରିଛି।
ଏଯାଏ ୩ ଥର ବିଶ୍ୱକୁ ଆକ୍ରମଣ କରିଥିବା ଏହି ରୋଗ ଦ୍ୱାରା ପ୍ରଥମଥର ୫ କୋଟି, ଦ୍ୱିତୀୟ ଥର ସମଗ୍ର ୟୁରୋପ ଜନସଂଖ୍ୟାର ଏକ ତୃତୀୟାଂଶ ଏବଂ ତୃତୀୟ ଥର ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏହାକୁ କଳା ମୃତ୍ୟୁ ମଧ୍ୟ କୁହାଯାଏ।
ଏହି ରୋଗର ନାଁ Bubonic Plague ବା ବ୍ୟୁବୋନିକ ପ୍ଲେଗ। ଉତ୍ତର ଚାଇନାର ଏକ ହସ୍ପିଟାଲରେ ଏହି ରୋଗ ଚିହ୍ନଟ ହୋଇଛି। ଫଳରେ ସମଗ୍ର ଅଞ୍ଚଳରେ ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଇନର ମୋଙ୍ଗୋଲିଆ ରିଜୟନରେ ଥିବା ବାୟାନ୍ନୁରରେ ଏହାକୁ ଦୃଷ୍ଟିରେ ରଖି ଲେଭଲ-୩ର ୱାର୍ଣ୍ଣିଂ କରିରାଯାଇଛି।
୨୦୨୦ ଶେଷ ଯାଏ ଏହି ୱାର୍ଣ୍ଣିଂ ଜାରି ରହିବ। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, “ବର୍ତ୍ତମାନ ସମୟରେ ପ୍ଲେଗ ମହାମାରୀ ମଣିଷମାନଙ୍କ ଶରୀରରେ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଲୋକମାନେ ନିଜେ ସତର୍କ ରହିବା ସହ ସଚେତନ ହେବା ଦରକାର। ଯଦି କୌଣସି ଅସୁସ୍ଥତା ଅନୁଭବ କରିବେ, ତା’ହେଲେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇବେ।”
ଜୁଲାଇ ୧ରେ ସ୍ଥାନୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ସନ୍ଦିଗ୍ଧ ବ୍ୟୁବୋନିକ ପ୍ଲେଗର ୨ଟି ମାମଲା ୱେଷ୍ଟର୍ଣ୍ଣ ମଙ୍ଗୋଲିଆର ଖୋଭଡ ପ୍ରଦେଶରେ ରିପୋର୍ଟ ହୋଇଥିଲା। ଲ୍ୟାବ ଟେଷ୍ଟ ପରେ ଉଭୟ ବ୍ୟୁବୋନିକ ପ୍ଲେଗରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଜଣେ ୨୭ ବର୍ଷୀୟ ଯୁବକ ହୋଇଥିବା ବେଳେ ଆଉ ଜଣେ ୧୭ ବର୍ଷୀୟ ନାବାଳନକ। ଉଭୟ ଏବେ ପ୍ରଦେଶର ଦୁଇଟି ଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଆକ୍ରାନ୍ତ ଦୁଇ ଜଣ ସମ୍ପର୍କରେ ଦୁଇ ଭାଇ। ସେମାନେ ମାରମୋଟ୍(ଗୁଣ୍ଡୁଚି ମୂଷା ପ୍ରଜାତିର) ମାଂସ ବ୍ୟବସାୟ କରୁଥିଲେ। ତେଣୁ ପ୍ରଶାସନ ପକ୍ଷରୁ ମାରମୋଟ୍ ମାଂସ ନ ଖାଇବାକୁ ଲୋକଙ୍କୁ ସତର୍କ କରାଯାଇଛି। ଏହି ଦୁଇ ଭାଇଙ୍କର ସଂସ୍ପର୍ଶରେ ମୋଟ ୧୪୬ ଜଣ ଲୋକ ଆସିଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟେଡ କରାଯାଇଛି। ଏବେ ସମସ୍ତଙ୍କୁ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଏହି ବ୍ୟୁବୋନିକ ପ୍ଲେଗ ଏକ ଭୁତାଣୁ ଜନିତ ରୋଗ। ଏହା କଞ୍ଚା ମାଂସରୁ ବ୍ୟାପିଥାଏ। ବିଶେଷ କରି ମାରମୋଟ୍ ଏହାର ବାହାକ ହୋଇଥାଆନ୍ତି। ଏହା ପ୍ରାପ୍ତ ବୟସ୍କଙ୍କୁ ବି ମାତ୍ର ୨୪ ଘଣ୍ଟା ମଧ୍ୟରେ ମାରିବାର କ୍ଷମତା ରଖିଛି। ତେବେ ଉପଯୁକ୍ତ ଚିକିତ୍ସା ଓ ସତର୍କ ଦ୍ୱାରା ଏହାର ମୁକାବିଲା କରାଯାଇ ପାରିବ ବୋଲି ସଂଗଠନ କହିଛି।
ଗତବର୍ଷ କଞ୍ଚା ମାରମୋଟ୍ ମାଂସ ଖାଇ ୱେଷ୍ଟର୍ଣ୍ଣ ମୋଙ୍ଗୋଲିଆରେ ଜଣେ ଦମ୍ପତି ପ୍ରାଣ ହରାଇଥିଲେ।
The post ପୁଣି ବିଶ୍ୱର ଚିନ୍ତା ବଢ଼ାଇଲା ଚାଇନା, କାୟା ମେଲାଉଛି ଆଉ ଏକ ମହାମାରୀ appeared first on Odisha Reporter.
from Odisha Reporter https://ift.tt/3f3ZpJ0
No comments:
Post a Comment