ପାଣି କୁଣ୍ଡକୁ ନେଇ ବିବାଦ; ଦୁଇ ଗାଁ ଲୋକ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 5, 2020

ପାଣି କୁଣ୍ଡକୁ ନେଇ ବିବାଦ; ଦୁଇ ଗାଁ ଲୋକ ମୁହାଁମୁହିଁ

ଲମତାପୁଟ(ଜଗତଜୀବନ କାଞ୍ଚିମ): ପାଣି କୁଣ୍ଡକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଗାଁ ଲୋକ। ଏଥିରେ ସାତ ଗ୍ରାମବାସୀ  ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ।

ଲମତାପୁଟ ବ୍ଲକ ଵାଞ୍ଜିଆମ୍ବ ଗାଁରେ ପ୍ରାୟ ୩୦ ପରିବାର ଲୋକ ବସବାସ କରନ୍ତି । ଗାଁରେ ନଳକୂପ ନ ଥିବା ହେତୁ କିଛି ଦୂରରେ ରହିଥିବା ଏକ ଦୂଷିତ କୁଣ୍ଡ ପାଣିକୁ ଲୋକେ ବ୍ୟବହାର କରିଥାନ୍ତି । ଏହି ପାଣି କୁଣ୍ଡକୁ ଲାଗି ଧବନିପୁଟ ଗାଁ ଲୋକଙ୍କ ଚାଷ ଜମି ରହିଛି । ବର୍ଷା ଯୋଗୁଁ ଚାଷ ଜମିର କାଦୁଅ ପାଣି କୁଣ୍ଡରେ ପ୍ରବେଶ କରୁଥିବା ନେଇ ଵାଞ୍ଜିଆମ୍ବ ଗାଁ ଲୋକେ ଜମିର ହିଡକୁ କାଟି ଦେଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଧବନିପୁଟ ଗ୍ରାମବାସୀ ଵାଞ୍ଜିଆମ୍ବ ଗାଁ ଭିତରେ ପଶି ଲୋକଙ୍କୁ ମାଡ଼ ମାରିଥିଲେ ଏବଂ ପାଣି ପାଇଁ ଯିବା ରାସ୍ତାକୁ ପଥର ପକାଇ ବନ୍ଦ କରି ଦେଇଥିଲେ ।

ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବାକୁ ଵାଞ୍ଜିଆମ୍ବ ଗାଁ ଯାଉଥିବା ଖବର ପାଇ ବୁରଡେ଼ଲ ଗାଁ ନିକଟରେ ଧବନିପୁଟ ଗାଁ ଲୋକେ ଜଗି ରହିଥିଲେ। ସେଠାରେ ସେମାନେ ଵାଞ୍ଜିଆମ୍ବ ଗାଁ ଲୋକଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଇଥିଲେ । ଏନେଇ ଵାଞ୍ଜିଆମ୍ବ ଗାଁ ଲୋକେ ଧବନିପୁଟ ଗାଁ ଲୋକଙ୍କ ବିରୋଧରେ ମାଛକୁଣ୍ଡ ଥାନାରେ ଅଭିଯୋଗ କରିଛନ୍ତି ।

ଦୀର୍ଘଦିନ ହେଲା ଵାଞ୍ଜିଆମ୍ବ ଓ ଧବନିପୁଟ ଗାଁ ଲୋକଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଛି । ଘଟଣା ସମ୍ପର୍କରେ ତହସିଲଦରଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମାଧାନ ହେଉନଥିବା ଵାଞ୍ଜିଆମ୍ବ ଗାଁ ଲୋକେ କହିଛନ୍ତି ।

The post ପାଣି କୁଣ୍ଡକୁ ନେଇ ବିବାଦ; ଦୁଇ ଗାଁ ଲୋକ ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/3f3qAn3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages