ଆଜି ରବିବାର ଘରେ କ’ଣ ରୋଷେଇ ହେବ, ଏହାକୁ ନେଇ ପପୁ ଓ ପ୍ରୀତି ଦୁହେଁ କଳି କଲେ। ପପୁର ଚିକେନ୍ ଖାଇବାକୁ ଇଚ୍ଛା ହେଲେ ପ୍ରୀତି ରବିବାର ଘରେ ଆମିଷ ପୂରାଇ ଦିଏନି। ଝଗଡ଼ା ଏତେ ବଢ଼ିଗଲା ଯେ ପ୍ରୀତିକୁ ବାହା ହୋଇ ପପୁ ଭୁଲ୍ କରିଛି ବୋଲି କହିଲା। ୟା ପରେ କ’ଣ ହେଲା ପଢ଼ନ୍ତୁ…
ପପୁ : ତମକୁ ବାହା ହେବା ଅପେକ୍ଷା ଭଲ ହୋଇଥା’ନ୍ତା ମୁଁ ଅଭିଆଡ଼ା ହୋଇ ରହିଥା’ନ୍ତି।
ପ୍ରୀତି : ମୁଁ ବି ମୋ ବୋଉ କଥା ମାନି ନେଇଥିଲେ ଭଲ ହୋଇଥା’ନ୍ତା।
ପପୁ : କ’ଣ କହୁଥିଲେ ତୁମ ବୋଉ ?
ପ୍ରୀତି : ବୋଉ କହୁଥିଲା ଏ ପୁଅକୁ ଜମା ବାହା ହେବୁନାହିଁ।
ପପୁ : ହେ ଭଗବାନ, ସତରେ ତୁମ ବୋଉ ଏମିତି କହୁଥିଲେ। ମୁଁ ଆଜି ପର୍ଯ୍ୟନ୍ତ ସେ ଭଲ ଲୋକଟାକୁ ଭୁଲ୍ ଭାବୁଥିଲି। ଯିଏ ମୋର ଭଲ ଚିନ୍ତା କରି ତୁମଠାରୁ ମୋତେ ବଞ୍ଚାଇବାକୁ ଚାହୁଁଥିଲେ।
The post ବାହାହେବାଠୁ ଭଲ ଅଭିଆଡ଼ା ରହିବା appeared first on Odisha Reporter.
from Odisha Reporter https://ift.tt/3hOFsqL
No comments:
Post a Comment