ମନ୍ କି ବାତ୍: ‘କରୋନା ବିପତ୍ତି ଟଳିନି, ଆହୁରି ସତର୍କତା ଜରୁରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ମନ୍ କି ବାତ୍: ‘କରୋନା ବିପତ୍ତି ଟଳିନି, ଆହୁରି ସତର୍କତା ଜରୁରୀ’

ନୂଆଦିଲ୍ଲୀ: ଆଜି କାରଗିଲ୍ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ପ୍ରଥମେ ଦେଶବାସୀଙ୍କୁ କାରଗିଲ୍ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ। ଯେଉଁଭଳି ପରିସ୍ଥିତିରେ କାରଗିଲ ଯୁଦ୍ଧ ହୋଇଥିଲା, ତାହା ଦେଶ କେବେ ଭୁଲିପାରିବ ନାହିଁ ବୋଲି ମୋଦି କହିଛନ୍ତି।

ମୋଦି କହିଛନ୍ତି, କାରଗିଲ୍ ଯୁଦ୍ଧ ସମୟରେ ମୋତେ ମଧ୍ୟ କାରଗିଲ୍ ଯିବା ଓ ଆମ ବୀର ଯବାନମାନଙ୍କ ବିରତ୍ୱ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। ସେହି ଦିନ ମୋ ଜୀବନରେ ସବୁଠାରୁ ଅମୂଲ୍ୟ ମୁହୂର୍ତ୍ତ ବୋଲି ସେ କହିଛନ୍ତି। ସେହିଭଳି ବୀର ଯବାନଙ୍କ ଅମର ଗାଥା ସମ୍ପର୍କରେ ଆଲୋକପାତ କରିବା ସହ ସୋଶାଲ ମିଡିଆରେ ଯବାନଙ୍କୁ ଅପମାନିତ କରନ୍ତୁନି ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁଷ୍ଟମାନଙ୍କ ସ୍ୱଭାବ ହେଲା ସମସ୍ତଙ୍କ ସହ ବିନା କୌଣସି କାରଣରେ ଶତ୍ରୁତା କରିବା। ପାକିସ୍ତାନ କିଛି ଏଭଳି କାମ କରୁଥିଲା। ଏଭଳି ସ୍ୱଭାବର ଲୋକମାନେ ଯେଉଁମାନେ ସେମାନଙ୍କ ଭଲ କରନ୍ତି, ସେମାନଙ୍କର ମଧ୍ୟ କ୍ଷତି କରିଥାନ୍ତି। ଏଣୁ ଭାରତର ମିତ୍ରତାର ଉତ୍ତରରେ ପାକିସ୍ତାନ ପିଠିରେ ଛୁରା ମାରିବାକୁ ଚେଷ୍ଟା କରିଛି। କିନ୍ତୁ ଏହା ପରେ ଭାରତ ଯେଉଁଭଳି ପରାକ୍ରମ ଓ ସାହସ ଦେଖାଇଲା, ତାକୁ ସାରା ବିଶ୍ୱ ଦେଖିଥିଲା।

କାରଗିଲ ଯୁଦ୍ଧ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଦେଇଥିବା ବାର୍ତ୍ତାକୁ ନିଜ ରେଡିଓ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ମନେପକାଇ ଦେଲେ ପ୍ରଧାନମନ୍ତ୍ରୀ। ସେହି ସମୟରେ ଅଟଳ ଜୀ ଲାଲକିଲାରୁ ସାରା ଦେଶକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, “କାରଗିଲ ଯୁଦ୍ଧ ଆମକୁ ଏକ ମନ୍ତ୍ର ଶିଖେଇଛି। ଆଉ ଏହି ମନ୍ତ୍ର ହେଉଛି, କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଆମକୁ ଏହା ଚିନ୍ତା କରିବା ଉଚିତ୍ କି, ଆମର ଏହି ପଦକ୍ଷେପ କଣ ସେ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ନିଜ ପ୍ରାଣକୁ ଉତ୍ସର୍ଗ କରିଥିବା ସେହି ଯବାନଙ୍କୁ ସମ୍ମାନ ଦେବା ଅନୁରୂପ କି?”

ଅନ୍ୟପଟେ କରୋନା ଭୂତାଣୁ ସଂକ୍ରମଣ ସ୍ଥିତିରେ ଦେଶବାସୀଙ୍କୁ ସଂଯମତା ଓ ଧୈର୍ଯ୍ୟ ଧରିବାକୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ଅନେକ ସମୟରେ ମାସ୍କ ପିନ୍ଧିବାରେ ଅସୁବିଧା ହେଉଛି। କଥା କହିବା ବେଳେ ଆମେ ମାସ୍କ ବାହାର କରିଦେଉଛେ। ହେଲେ ମାସ୍କ ବାହାର କରିବା ପୂର୍ବରୁ ଥରେ ଡାକ୍ତର ଏବଂ ନର୍ସମାନଙ୍କ କଥା ଚିନ୍ତା କରନ୍ତୁ, ଯେଉଁମାନେ ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିକି ରହୁଛନ୍ତି।

ମୋଦି ପୁଣି କହିଛନ୍ତି, ଆମେ ଆଜି ଅନେକ ଯୁଦ୍ଧ ଲଢୁଛୁ, ସେଥିରୁ କରୋନା ଅନ୍ୟତମ। ଆମ ଦେଶର କରୋନା ସୁସ୍ଥହାର ଅନ୍ୟ ଦେଶ ଅପେକ୍ଷା ଭଲ ଅଛି। କରୋନା ମୃତ୍ୟୁହାର ବି ଅଧିକାଂଶ ଦେଶ ଅପେକ୍ଷା ଭଲ ଅଛି। ତଥାପି ଆମ ପାଇଁ କରୋନା ବିପତ୍ତି ଟଳିନି, ଆହୁରି ସତର୍କତା ଜରୁରୀ। ସଫାସୁତୁରା ସହ ସାମାଜିକ ଦୂରତ୍ୱ ମାନିବା, ସମସ୍ତେ ମାସ୍କ ପିନ୍ଧିବା। ଆରମ୍ଭରେ କରୋନା ଯେତିକି ବିପଜ୍ଜନକ ଥିଲା, ଏବେ ବି ରହିଛି। ଏଥର ଅଗଷ୍ଟ ୧୫ରେ ଦେଶର ସ୍ୱାଧିନତା ଦିବସ ଏକ ଭିନ୍ନ ପରିସ୍ଥିତି ଭିତରେ ହେବ। ଏହି ସ୍ୱାଧିନତା ଦିବସରେ ମହାମାରୀରୁ ମୁକ୍ତିର ପ୍ରତିଶ୍ରୁତି ନେବାକୁ ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଯୁବପିଢ଼ିଙ୍କ ଅବଦାନରେ ଦ୍ରୁତ ଗତିରେ ଦେଶ ପରିବର୍ତ୍ତନ ହେଉଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯୁବପିଢ଼ିଙ୍କ ଦକ୍ଷତା ପ୍ରତିପାଦିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନିଜ ୬୭ତମ ରେଡିଓ କାର‌୍ୟ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ କହିଛନ୍ତି।

The post ମନ୍ କି ବାତ୍: ‘କରୋନା ବିପତ୍ତି ଟଳିନି, ଆହୁରି ସତର୍କତା ଜରୁରୀ’ appeared first on Odisha Reporter.



from Odisha Reporter https://ift.tt/2D4Tvcs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages