ମାଲକାନଗିରି (ଜିତେନ୍ଦ୍ର ବେଉରା): ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ସୀମାନ୍ତ ଆନ୍ଧ୍ରର ଗୁଜେଡି ଜଙ୍ଗଲରେ ଆଜି ସକାଳେ ନକ୍ସଲ ଏବଂ ଆନ୍ଧ୍ରର ଗ୍ରେହାଉଣ୍ଡ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନ୍କାଉଣ୍ଟରରେ ଜଣେ ହାର୍ଡକୋର ନକ୍ସଲଙ୍କ ମୃତ୍ୟୁ ଘଟିଛି।
ଘଟଣାସ୍ଥଳରୁ ଗୋଟିଏ ୩୦୩ ବନ୍ଧୁକ ଏବଂ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ପୁଲିସ ଜବତ କରିଛି। ଏହି ଗୁଳିବିନିମୟ ବେଳେ ଟପ୍ ନକ୍ସଲ ନେତା ଅକିରାଜୁ ରାମକୃଷ୍ଣ,ଉଦୟ, ଅରୁଣା ଏବଂ ଜଗନ୍ ଖସି ପଳାଇଥିବା ଜଣାଯାଇଛି।
The post ଏନ୍କାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ appeared first on Odisha Reporter.
from Odisha Reporter https://ift.tt/2BuMaCv
No comments:
Post a Comment