ବାଙ୍କୀ(ସଞ୍ଜୀପ ନାୟକ): କଟକ ଜିଲ୍ଲା ବାଙ୍କୀ ଟାଉନର ଚର୍ଚିକା ସାହି ଭିତରେ ଆଜି ଏକ ଆଇସକ୍ରିମ ଫାକ୍ଟ୍ରିର ଫିଏନ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାଁ ହେଉଛି ରାଜା ସାହୁ(୨୫)। ଏହି ଦୁର୍ଘଟଣାରେ ତାଙ୍କ ବାପା ସୁଶାନ୍ତ ସାହୁ ଗୁରୁତର ହୋଇଛନ୍ତି। ଏହି ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ମୁତାବକ, ଚର୍ଚିକା ସାହି ଭିତରେ ଥିବା ପୂଜା ଆଇସକ୍ରିମ ଫାକ୍ଟ୍ରିରେ ଆଜି ସକାଳେ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିଲା। ଉକ୍ତ ସମୟରେ ବାଙ୍କୀ ବ୍ଲକ ଅଧୀନ ଠନାପଲି ଗ୍ରାମର ସୁଶାନ୍ତ ଓ ପୁଅ ରାଜା କାମ କରୁଥିଲେ। ରାଜାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ବାଙ୍କୀ ଉପଖଣ୍ଡ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ଅଗ୍ନିଶମ ଅଧିକାରୀ କହିଛନ୍ତି, ଉଭୟ ବାପା ପୁଅଙ୍କୁ ନେଇ ଆମେ ବାଙ୍କି ମେଡିକାଲରେ ଭର୍ତ୍ତି କରିଥିଲୁ। ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ସୁଶାନ୍ତଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।
The post ଆଇସକ୍ରିମ ଫାକ୍ଟ୍ରିରେ ବିସ୍ଫୋରଣ; ପୁଅ ଚାଲିଗଲା, ବାପା ଗୁରୁତର appeared first on Odisha Reporter.
from Odisha Reporter https://ift.tt/2CP0mXb
No comments:
Post a Comment