‘ହଟ୍‌ସ୍ପଟ୍‌ ଜିଲ୍ଲା ରୋଗୀଙ୍କୁ ଚିକିତ୍ସା ନ କଲେ କାର୍ଯ୍ୟାନୁଷ୍ଠାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 18, 2020

‘ହଟ୍‌ସ୍ପଟ୍‌ ଜିଲ୍ଲା ରୋଗୀଙ୍କୁ ଚିକିତ୍ସା ନ କଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ହଟ୍‌ସ୍ପଟ୍‌ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରା ନଗଲେ ଘରୋଇ ହସ୍ପିଟାଲ ଏବଂ କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ମୁଖ୍ୟଶାସନ ସଚିବ ଅସିତ୍ ତ୍ରିପାଠୀ ରାଜ୍ୟର ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ଚେତାବନୀ ଦେଇଛନ୍ତି।

କରୋନା ଭଳି ମହାମାରୀ ସମୟରେ ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରିବା ନୀତିଗତ ଭୁଲ୍ ଓ ବେଆଇନ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଯଦି କେଉଁ ହସ୍ପିଟାଲ କିମ୍ବା କ୍ଲିନିକ୍ ହଟସ୍ପଟ୍‌ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା କରୁ ନଥିବାର ପ୍ରମାଣ ମିଳିବ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ୱିଟ୍‌ ଯୋଗେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ରେ ପହଞ୍ଚିଛି।  ସେଥିମଧ୍ୟରୁ ୧୧,୩୩୦ ଜଣ ସୁସ୍ଥ ହୋଇ ସାରିଲେଣି।  ଏବେ ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ୫୨୫୯ ଚିକିତ୍ସିତ ହେଉଛନ୍ତି। ଏଥିସହ  ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬କୁ ଛୁଇଁଛି।

 

The post ‘ହଟ୍‌ସ୍ପଟ୍‌ ଜିଲ୍ଲା ରୋଗୀଙ୍କୁ ଚିକିତ୍ସା ନ କଲେ କାର୍ଯ୍ୟାନୁଷ୍ଠାନ’ appeared first on Odisha Reporter.



from Odisha Reporter https://ift.tt/2DONn8w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages