ମୁମ୍ବାଇ: ବଲିଉଡ୍ରେ ଏବେ ଚାଲିଛି ବାୟୋପିକ୍ ଟ୍ରେଣ୍ଡ୍। ପ୍ରାୟ ନିର୍ମାତା ଏବେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଓ ଘଟଣା, ଦୁର୍ଘଟଣାକୁ ନେଇ ଫିଲ୍ମ ତିଆରି କରିବାକୁ ପସନ୍ଦ କରୁଛନ୍ତି। ଦର୍ଶକ ମଧ୍ୟ ପରଦାରେ ଏଭଳି କାହାଣୀ ସବୁ ଦେଖିବାକୁ ପସନ୍ଦ କରୁଛନ୍ତି। ତେବେ ବର୍ତ୍ତମାନ ଜଣାପଡ଼ିଛି ଯେ ଉତ୍ତରପ୍ରଦେଶର କୁକ୍ଷାତ ଅପରାଧି ତଥା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଉପରେ ଏକ ୱେବ୍ ସିରିଜ୍ ତିଆରି ହେବାକୁ ଯାଉଛି।
ସୂଚନା ମୁତାବକ ନିର୍ଦ୍ଦେଶକ ମନୀଷ ବତ୍ସଲ୍ୟଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଏହି ୱେବସିରିଜ୍। ଯାହାର ନାଁ ହେଉଛି ‘ହନକ’। ଏଥିରେ ଗ୍ୟାଙ୍ଗଷ୍ଟର୍ ବିକାଶଙ୍କର ଅଣ୍ଡରୱାର୍ଲ୍ଡ ଦୁନିଆ ବିଷୟରେ ଦେଖୁବାକୁ ମିଳିବ। ବର୍ତ୍ତମାନ ମନୀଷଙ୍କ ଟିମ୍ ବିକାଶ ବିଷୟରେ ରିସର୍ଚ କରୁଛନ୍ତ ଓ ତଥ୍ୟ ସବୁ ସଂଗ୍ରହ କରିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ୱେବସିରିଜ୍ ପାଇଁ ଷ୍ଟାକରାଷ୍ଟ ଫାଇନାଲ ହୋଇନାହିଁ। ନିର୍ଦ୍ଦେଶକ ମନୀଷ କହିଛନ୍ତି ଯେ ଏଥିପାଇଁ ସବୁ ଭଲ ଭଲ କଳାରାରଙ୍କୁ ନିଆ ହେବ ଯେଉଁମାନେ ନିଜ ନିଜ ଫିଲ୍ଡରେ ମାହିର ଥିବେ। ଏହାର ଶୁଟିଂ ଅକ୍ଟୋବର ମାସରୁ ଆରମ୍ଭ ହେବ। ‘ହନକ’କୁ ଆଦିତ୍ୟ କଶ୍ୟପ ଓ ଉବଧେଶ ତିୱାରି ପ୍ରଯୋଜନା କରିବାକୁ ଥିବାବେଳେ ଏହାର କାହାଣୀ ମୃଦୁଲ କପିଲ ଓ ସୁବୋଧ ପାଣ୍ଡେ ଲେଖୁଛନ୍ତି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଏହି କୁକ୍ଷାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଜୁଲାଇ ୧୦ରେ ପୁଲିସ୍ ଏନ୍କାଉଣ୍ଟରରେ ନିହତ ହୋଇଛି। ମଧ୍ୟପ୍ରଦେଶର ଉଜ୍ଜୈନ୍ର କାଳୀମନ୍ଦିରରୁ ଗିରଫ ହେବାପରେ ପୁଲିସ୍ ତାକୁ ଉତ୍ତରପ୍ରଦେଶ ଅଭିମୁଖେ ଆଣିବା ବାଟରେ ଗାଡ଼ିଟି ଦୁର୍ଘଟଣା ହୋଇଥିଲା। ଏହି ସମୟରେ ବିକାଶ ପୁଲିସ୍ଠୁ ବନ୍ଧୁକ ଛଡ଼ାଇ ଫେରାର୍ ହେବାକୁ ଉଦ୍ୟମ କରୁଥିବାବେଳେ ପୁଲିସ୍ ତାକୁ ଅନ୍ ଦି ସ୍ପଟ୍ ଏନ୍କାଉଣ୍ଟର କରିଥିଲା।
The post ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଉପରେ ତିଆରି ହେବ ୱେବ୍ ସିରିଜ୍ appeared first on Odisha Reporter.
from Odisha Reporter https://ift.tt/3eHApGk
No comments:
Post a Comment