ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍ର କିମ୍ବଦନ୍ତୀ କଳାକାର ମହାଶ୍ୱେତା ରାୟଙ୍କର ଆଜି ଜନ୍ମଦିନ। ୧୯୬୨ ମସିହା ଜୁଲାଇ ୨ତାରିଖରେ ମହାଶ୍ୱେତାଙ୍କର ଜନ୍ମ ହୋଇଥିଲା। ଓଡିଆ ତଥା ବେଙ୍ଗଲୀ ଫିଲ୍ମରେ ଅଭିନୟ କରିଛନ୍ତି ମହେଶ୍ୱତା। ୧୯୭୬ମସିହାରେ ରିଲିଜ୍ ହୋଇଥିଲା ଓଡିଆ ଫିଲ୍ମ ‘ଶେଷ ଶ୍ରାବଣ’ ମାଧ୍ୟମରେ ସେ ଓଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ପ୍ରଶାନ୍ତ ନନ୍ଦ ଏବଂ ହେମନ୍ତ ଦାଶ।
ଏହି ଫିଲ୍ମରେ କାମ କରିବା ସମୟରେ ମହେଶ୍ୱତା ଥରେ ଡରିଯାଇଥିଲେ। ‘ଶେଷ ଶ୍ରାବଣ’ ଫିଲ୍ମରେ ଖଳନାୟକ ଭୂମିକାରେ କାମ କରୁଥିବା ଦୁଃଖିରାମକୁ ଦେଖି ସେ ଗାଡିଆରେ ପଶିଯାଇଥିଲେ। ମହାଶ୍ୱେତା କହିଛନ୍ତି, ଫିଲ୍ମରେ ଏକ ସିକୁଏନ୍ସ ଥିଲା। ସିନ୍ଟି ହେଉଛି, ସେ ନଦୀକୂଳରେ ବସି ଗାଧଉଥିଲେ। ଏହି ସମୟରେ ପଛରୁ ଆସି ଦୁଃଖିରାମ ଡାକନ୍ତି, ଆଲୋ ମାଣିକ। ଏହି ସମୟରେ ସେ ପଛକୁ ଅନେଇ ଚାହିଁଲେ। ଦୁଃଖିରାମଙ୍କ ଅଭିନୟ ଏତେ ଦମ୍ଦାର୍ ଥିଲା ଯେ ସେ ଡରରେ ଗାଡିଆରେ ପଶି ଯାଇଥିଲେ।
ମହେଶ୍ୱତାଙ୍କ କହିବା ଆନୁଯାୟୀ, ଦୁଃଖିରାମ ଯେମିତି ଅଭିନୟ କରନ୍ତି ସେମିତି ଅଭିନୟ ଖୁବ୍ କମ୍ ଲୋକ କରିପାରନ୍ତି। ତାଙ୍କର ଜୀବନ୍ତ ଅଭିନୟ ଅତୁଳନୀୟ ବୋଲି ଏକ ସାକ୍ଷାତକାରରେ ମହାଶ୍ୱେତା କହିଥିଲେ।
ସୂଚନାଯୋଗ୍ୟ, ମହାଶ୍ୱେତା ପାଖାପାଖି ୧୦୦ଟି ଫିଲ୍ମରେ କାମ କରିଛନ୍ତି। ‘ଜଗା ହାତରେ ପଘା’, ‘ହାତ ଧରି ଚାଲୁଥା’, ‘ଝୁମ୍କା’, ‘ହିରା ମୋତି ମାଣିକ’, ‘ପ୍ରିୟତମା’, ‘ଶଂଖ ମହୁରୀ’, ‘ମା ଓ ମମତା’, ‘ଦଣ୍ଡା ବାଳୁଙ୍ଗା’, ‘ଟିକେ ହସ ଟିକେ ଲୁହ’ ଆଦି ଫିଲ୍ମରେ କାମ କରିଛନ୍ତି ମହାଶ୍ୱେତା।
The post ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡିଆରେ ପଶିଯାଇଥିଲେ ମହାଶ୍ୱେତା appeared first on Odisha Reporter.
from Odisha Reporter https://ift.tt/2VForGD
No comments:
Post a Comment