ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ରାଜଧାନୀରେ ବଢ଼ୁଥିବା ଲୋକାଲ କେସ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ସ୍ଥାନୀୟ ସଂକ୍ରମଣକୁ ନଜରରେ ରଖି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନରେ ସାଧାରଣ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଜୁଲାଇ ୩୧ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ରହିବ। ଲୋକମାନଙ୍କ ଭିଡ଼କୁ କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ଆବଶ୍ୟକ ସ୍ଥଳେ ନିର୍ଦ୍ଦିଷ୍ଟ ବିଭାଗ ପକ୍ଷରୁ ଅନୁରୋଧ ପରେ ଗୃହ ବିଭାଗରୁ ପ୍ରବେଶ ଅନୁମତି ମିଳିବ।
ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ ଛୁଇଁଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇ ସାରିଲେଣି। ଅନ୍ୟ ୨୧୫୭ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାଯାଇଛି।
The post କରୋନା କଟକଣା; ସାଧାରଣ ଲୋକଙ୍କୁ ଲୋକସେବା ଭବନ ମନା appeared first on Odisha Reporter.
from Odisha Reporter https://ift.tt/3iiGGLX
No comments:
Post a Comment