ନୂଆଦିଲ୍ଲୀ: ମିଆଁମାରରେ ଜାଡେ ମାଇନିଂର ଖାଦାନରେ ଭୂସ୍ଖଳନ ହୋଇଛି। ଏଥିରେ ୫୦ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ମୃତକ ମାନେ ଖାଦାନରେ କାମ କରୁଥିଲେ। ଏବେ ଆହୁରି ଅନେକ ମାଟି ତଳେ ରହିଯାଇଥିବା ସୂଚନା ରହିଛି। ମିଆଁମାରର କଚିନ ରାଜ୍ୟରେ ଥିବା ହପକାନ୍ତ ସହରରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।
ମିଆଁମାରର ସମୟ ଅନୁସାରେ ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଛି। ମୌସୁମୀ ଆସିଥିବାରୁ ମିଆଁମାରରେ ଅତ୍ୟଧିକ ବର୍ଷା ହୋଇଛି। ଏହି କାରଣରୁ ଭୂସ୍ଖଳନ ହୋଇଥିବା ଆକଳନ କରାଯାଉଛି। ଉଦ୍ଧରକାରୀ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଥିବା ସୂଚନା ରହିଛି।
The post ଭୂସ୍ଖଳନରୁ ୫୦ ମୃତ, ଅନେକ ନିଖୋଜ appeared first on Odisha Reporter.
from Odisha Reporter https://ift.tt/3glIX6W
No comments:
Post a Comment