ରାଜ୍ୟରେ କରୋନାରେ ଗଲା ଆଉ ୭ ଜୀବନ, ମୃତ୍ୟୁ ସଂଖ୍ୟା୧୪୭କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ରାଜ୍ୟରେ କରୋନାରେ ଗଲା ଆଉ ୭ ଜୀବନ, ମୃତ୍ୟୁ ସଂଖ୍ୟା୧୪୭କୁ ବୃଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆଉ ୭ ମୁଣ୍ଡ ନେଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି।

ଏହି ୭ ମୃତକଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲ୍ଲାର ଥିବା ବେଳେ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଓ ମାଲକାନଗିରିରୁ ଜଣେ ଲେଖାଏଁ ଅଛନ୍ତି। ମାଲକାନଗିରିରେ ପ୍ରଥମ ଥର ପାଇଁ କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

୭ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେ ଗଞ୍ଜାମର। ତାଙ୍କୁ ୫୧ ବର୍ଷ ହୋଇଥିଲା। ଗଞ୍ଜାମର ଅନ୍ୟ ଦୁଇ ମୃତକଙ୍କୁ ଯଥାକ୍ରମେ ୫୮ ଓ ୫୫ ବର୍ଷ ହୋଇଥିଲା।

ସୁନ୍ଦରଗଡ଼ରେ ଜଣେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଡାଇବେଟିସ୍‌ରେ ମଧ୍ୟ ପୀଡ଼ିତ ଥିଲେ। ସେହିପରି କଟକ ଜିଲ୍ଲାର ଜଣେ ୬୬ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। ମାଲକାନଗିରିରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କୁ ୫୧ ବର୍ଷ ହୋଇଥିଲା। ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ପ୍ରାଣ ହରାଇଥିବା ୪୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର ବାସିନ୍ଦା ଥିଲେ।

ଆଉ ୩ ଜଣଙ୍କ ମୃତ୍ୟୁ ସହିତ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖା ୮୨ରେ ପହଞ୍ଚିଯାଇଛି। ସେହିପରି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଏହି ସଂଖ୍ୟା ଯଥାକ୍ରମେ ୧୮ ଓ ୧୦କୁ ବୃଦ୍ଧି ପାଇଛି। ସେହିପରି ସୁନ୍ଦରଗଡ଼ରେ କରୋନା ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

The post ରାଜ୍ୟରେ କରୋନାରେ ଗଲା ଆଉ ୭ ଜୀବନ, ମୃତ୍ୟୁ ସଂଖ୍ୟା୧୪୭କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/2WWVwOW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages