ରାତି ୪ଟାରୁ ଲୋକଙ୍କ କାର୍‌ ଧୋଉଥିଲେ, ଏବେ ପରୀକ୍ଷାରେ ୯୧.୭% ମାର୍କ ରଖିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 26, 2020

ରାତି ୪ଟାରୁ ଲୋକଙ୍କ କାର୍‌ ଧୋଉଥିଲେ, ଏବେ ପରୀକ୍ଷାରେ ୯୧.୭% ମାର୍କ ରଖିଲେ

ନୂଆଦିଲ୍ଲୀ: ଇଚ୍ଛାଶକ୍ତି ଆଗରେ ସମସ୍ତ ପ୍ରତିକୂତ ପରିସ୍ଥିତି ହାର ମାନିଥାଏ। ଏହା ପୁଣିଥରେ ପ୍ରମାଣିତ ହୋଇଛି। ପରିବାରର ଭରଣ ପୋଷଣ ତଥା ନିଜ ପାଠପଢ଼ା ଖର୍ଚ୍ଚ ବହନ କରିବା ପାଇଁ ୧୭ ବର୍ଷୀୟ ପରମେଶ୍ୱର ରାତି ୪ଟାରୁ ଉଠି ଲୋକଙ୍କ କାର୍‌ ଧୋଉଥିଲେ। ଏଥିରୁ ମିଳୁଥିବା ଟଙ୍କାରେ ସେ ପରିବାର ଚଳାଇବା ସହ ପାଠ ମଧ୍ୟ ପଢ଼ୁଥିଲେ। ନିଜର କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ସେ ସିବିଏସଇ ଦ୍ୱାଦଶ ଶ୍ରେଣୀରେ ୯୧.୭% ମାର୍କ ରଖି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ପରେମଶ୍ୱରଙ୍କ ପରିବାର ଦିଲ୍ଲୀର ତିଗ୍ରୀ ବସ୍ତରେ ରୁହନ୍ତି। ପରିବାରର ୯ ଜଣ ସଦସ୍ୟ ୨ଟି ରୁମରେ ବେଶ କଷ୍ଟମଷ୍ଟେ ଚଳି ଯାଆନ୍ତି। ପରିବାର ଲୋକ ବହୁ କଷ୍ଟରେ ତାଙ୍କୁ ପାଠପଢ଼ାଉଥିଲେ। ହେଲେ ୧୦ମ ଶ୍ରେଣୀରେ ପହଞ୍ଚିବା ପରେ ସେ ଆଗକୁ କେମିତି ବଢ଼ିବେ ଜାଣିପାରିଲେ ନାହିଁ।

ଏଥିପାଇଁ ପାଠପଢ଼ା ସହ ସେ ଖାନପୁରରେ କାର୍‌ ଧୋଇବା ଆରମ୍ଭ କରିଥିଲେ। ଏଥିରୁ ମାସିକ ପ୍ରାୟ ୩ ହଜାର ଟଙ୍କା ମିଳୁଥିଲା। ଏହି ଟଙ୍କାରେ ସେ ନିଜ ବହି ଓ ୟୁନିଫର୍ମ କିଣି ସ୍କୁଲ ଯାଉଥିଲେ।

ଦିଲ୍ଲୀରେ ପ୍ରବଳ ଥଣ୍ଡା ପଡ଼ିବା ସତ୍ତ୍ୱେ ଶୀତ ଦିନେ ପ୍ରତିଦିନ ସେ ରାତି ୪ଟାରୁ ଉଠି ଦୀର୍ଘ ଦେଢ଼ କିମି ବାଟ ଚାଲିଚାଲି ଯାଇ ଗ୍ୟାରେଜରେ ପହଞ୍ଚନ୍ତି। ସେଠାରେ ସେ ଅଢ଼େଇରୁ ୩ ଘଣ୍ଟା ଯାଏ ୧୦ରୁ ୧୫ଟି କାର୍‌ ଧୋଇବା ପରେ ଘରକୁ ଫେରନ୍ତି। ଏହାପରେ ସେ ସ୍କୁଲ ଯିବା ସହ ପାଠପଢ଼ିଥାଆନ୍ତି। ଏବେ ସେ କରିଥିବା କଷ୍ଟର ଫଳ ତାଙ୍କୁ ମିଳିଛି।

ପରମେଶ୍ୱର କହିଛନ୍ତି, “ଶୀତ ଦିନେ କାମ କରିବା ବେଶ କଷ୍ଟକର। ପ୍ରବଳ ଥଣ୍ଡା ପଡ଼ୁଥିଲେ ହେଁ ମୁଁ ରାତି ୪ଟାରୁ ଉଠେ। କାର ସଫା କରିବା ପରେ ପ୍ରତି ୫ ମିନିଟ୍‌ରେ ପାଣି ବାଜି ମୋ ହାତ ପୂରା ବରଫ ପାଲଟି ଯାଏ। ମୋ ଆଙ୍ଗୁଠି କାମ କରେନାହିଁ। ତଥାପି ମୁଁ ସପ୍ତାହକୁ ୬ଦିନ କାର୍‌ ଧୋଇଥାଏ।

ମୋ ବାପାଙ୍କୁ ୬୨ ବର୍ଷ। ସେ ଜଣେ ହାର୍ଟ ରୋଗୀ। ଭାଇ ମଧ୍ୟ କୌଣସି ସ୍ଥାୟୀ ଚାକିରି କରିନାହିଁ। ସେ ସର୍ବଦା ବାହାରେ ରହିଥାଏ। ତେଣୁ ମୁଁ ପରିବାର ଉପରେ ବୋଝ ନ ହୋଇ କାମ କରିବାରକୁ ନିଷ୍ପତ୍ତି ନେଇଥିଲି। ମାର୍ଚ୍ଚ ମାସରେ ମୋ ବାପାଙ୍କ ସର୍ଜରୀ ହୋଇଥିଲା। ଏଥିପାଇଁ ମୁଁ ହସ୍ପିଟାଲରେ ରହିଥିଲେ। ଏହି ସମୟରେ ମୋର ହିନ୍ଦୀ ପରୀକ୍ଷା ମଧ୍ୟ ରହିଥିଲା। ମୁଁ ହସ୍ପିଟାଲରେ ରହି ହିନ୍ଦୀ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲି।”

ପରମେଶ୍ୱରଙ୍କ ସଂଘର୍ଷର କାହାଣୀ ଜାଣିବା ପରେ ଆଶା ସୋସାଇଟ ନାମକ ଗୋଟିଏ ଏନଜିଓ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛି। ସେମାନେ ପରେମଶ୍ୱରଙ୍କୁ ସାମ୍ପଲ ପେପର ଦେବା ସହ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅନଲାଇନ ଦ୍ୱାରା ଇଂରାଜୀ ସମ୍ମାନ ବିଷୟ ପାଇଁ ଆବେଦନ କରିବାର ସହଯୋଗ କରିଛନ୍ତି। ଭବିଷ୍ୟତରେ ଜଣେ ଶିକ୍ଷକ ହେବାକୁ ପରେମଶ୍ୱର ଲକ୍ଷ୍ୟ ରଖିଛନ୍ତି।

The post ରାତି ୪ଟାରୁ ଲୋକଙ୍କ କାର୍‌ ଧୋଉଥିଲେ, ଏବେ ପରୀକ୍ଷାରେ ୯୧.୭% ମାର୍କ ରଖିଲେ appeared first on Odisha Reporter.



from Odisha Reporter https://ift.tt/3jL7Rzq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages