ଚଣ୍ଡିଗଡ଼: ହରିଆଣାରେ କ୍ଷମତାସୀନ ବିଜେପି ସରକାର ଗାନ୍ଧି-ନେହରୁ ପରିବାର ସଦସ୍ୟଙ୍କ ନାଁରେ ରାଜ୍ୟରେ କେତେ ସମ୍ପତ୍ତି ରହିଛି ତା’ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହରିଆଣାର ମୁଖ୍ୟ ଶାସନ ସଚିବ କେ ଆନନ୍ଦ ଆରୋରା ରାଜ୍ୟର ସହରାଞ୍ଚଳ ଅଧିକାରୀଙ୍କୁ ତଦନ୍ତ କରି ତାଲିକା ଦେବାକୁ କହିଛନ୍ତି।
ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗାନ୍ଧି ପରିବାର ଦ୍ୱାରା ପରିଚାଳିତ ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚ୍ୟାରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧି ସ୍କାରକୀ ଟ୍ରଷ୍ଟର ଯାଞ୍ଚ କରିବାକୁ ଗୋଟିଏ ପ୍ୟାନେଲ ଗଠନ କରିଥିଲା।
ଏବେ ହରିଆଣା ସରକାର ୨୦୦୪ରୁ ୨୦୧୪ ମଧ୍ୟରେ ଭୂପେନ୍ଦର ସିଂହ ହୁଡ୍ଡାଙ୍କ କାର୍ଯ୍ୟକାଳ ସମୟରେ ଗାନ୍ଧି ପରିବାର କେତେ ସମ୍ପତ୍ତି ହରିଆଣାରେ ଦଖଲ କରିଥିଲେ, ତାହା ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂତ୍ର ଅନୁସାରେ, ଶ୍ରୀ ଆରୋରାଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ବିଶେଷ କରି ଗୁରୁଗ୍ରାମରେ ଥିବା ଆସୋସିଏଟେଡ୍ ଜର୍ଣ୍ଣାଲ ଲିଃକୁ ଦିଆଯାଇଥିବା ଗୋଟିଏ ପ୍ଲଟ ସରକାରଙ୍କ ସ୍କାନରରେ ରହିଛି।
ଏହାପୂର୍ବରୁ ଭୂପେନ୍ଦର ସିଂହ ହୁଡ୍ଡା ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୩ ବର୍ଷ ତଳେ ପ୍ରଚଳିତ ମୂଲ୍ୟ ଅନୁସାରେ ଗୋଟିଏ ଜମିକୁ ଏଜେଏଲକୁ ଦେଇଥିଲେ। ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ହିଁ ଏଜେଏଲକୁ ଏହା ଦିଆଯାଇଥିଲା। ଏହାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଟାଚ୍ କରିଛି। ଏବେ ଏହା ଅଧିକ ତଦନ୍ତ କରାଯାଉଛି।
The post ଗାନ୍ଧି ପରିବାର ନାଁରେ କେତେ ସମ୍ପତ୍ତି, ତଦନ୍ତ ନିର୍ଦ୍ଦେଶ ଦେଲେ ହରିଆଣା ସରକାର appeared first on Odisha Reporter.
from Odisha Reporter https://ift.tt/30OtO8n
No comments:
Post a Comment