ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ଜିରୋ ରେଜଲ୍ଟ ପାଇଁ ୧୫ଟି ଶିକ୍ଷାନୁଷ୍ଠାନକୁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଦ ନ ହେବ ସେ ନେଇ ଏହି କଲେଜ ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ଏହାସହ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଦ ନ ହେବ ସେ ନେଇ ମଧ୍ୟ ପଚରା ଯାଇଛି। ୭ ଦିନ ଭିତରେ ନୋଟିସର ଜବାବ ଦେବାକୁ ବିଭାଗୀୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତକାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୨୦ଟି କଲେଜରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ୧୫ଟି କଲେଜରେ କେହି ପିଲା ପାସ କରି ନଥିଲେ। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସ ହାର ଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ରହିଥିଲା । ସେହିପରି ଚଳିତ ବର୍ଷ ଭଲ ପ୍ରଦର୍ଶନ କରିବାରେ ପୁଅମାନେ ଆଗରେ ରହିଥିଲେ।
The post ଜିରୋ ରେଜଲ୍ଟ ପାଇଁ ୧୫ଟି କଲେଜକୁ ନୋଟିସ୍ appeared first on Odisha Reporter.
from Odisha Reporter https://ift.tt/30PDHnj
No comments:
Post a Comment