ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ କଟକଣା ମଧ୍ୟରେ ଚଳିତବର୍ଷ ସ୍ୱାଧୀନତା ଦିବସରେ ୧୮ଟି ଜିଲ୍ଲାରେ ବିଭିନ୍ନ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଛାଡ଼ି ଅନ୍ୟ ସମସ୍ତ ମନ୍ତ୍ରୀଙ୍କୁ ପତାକା ଉତ୍ତୋଳନ କରିବା ନିମନ୍ତେ ବିଭିନ୍ନ ଜିଲ୍ଲା ଆବଣ୍ଟିତ ହୋଇଛି। ୧୨ଟି ଜିଲ୍ଲାରେ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଓ ସମ୍ବଲପୁରରେ ଆରଡିସି ପତାକା ଉତ୍ତୋଳନ କରିବେ।
ଗୃହ ସଚିବ ସଞ୍ଜିବ ଚୋପ୍ରା ଗତକାଲି ରାଜ୍ୟ ପୁଲିସ ଡିଜି ଅଭୟଙ୍କୁ ଫ୍ୟାକ୍ସ ଯୋଗେ ପଠାଇଥିବା ସୂଚନା ଅନୁସାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ- ପୁରୀ, ବିକ୍ରମ କେଶରୀ ଆରୁଖ- କଟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କନ୍ଧମାଳ, ପଦ୍ମନାଭ ବେହେରା- ଗଞ୍ଜାମ, ପ୍ରତାପ ଜେନା- ମାଲକାନଗିରି, ଅରୁଣ ସାହୁ- କେନ୍ଦୁଝର, ସୁଦାମ ମାର୍ଣ୍ଡି- ନୟାଗଡ଼, ସୁଶାନ୍ତ ସିଂ- ବାଲେଶ୍ୱର, ଟୁକୁନି ସାହୁ- ସୁନ୍ଦରଗଡ଼, ଜଗନ୍ନାଥ ସାରକା- ଗଜପତି, ଦିବ୍ୟଶଙ୍କର ମିଶ୍ର- ଖୋର୍ଦ୍ଧା, ଅଶୋକ ଚନ୍ଦ୍ର ପଣ୍ଡା- ଅନୁଗୋଳ, ସମୀର ରଞ୍ଜନ ଦାଶ- ଯାଜପୁର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ମୟୂରଭଞ୍ଜ, ପ୍ରେମାନନ୍ଦ ନାୟକ- ରାୟଗଡ଼ା, ରଘୁନାଥ ଦାଶ- ନବରଙ୍ଗପୁର, ପଦ୍ମିନୀ ଦିଆନ- କଳାହାଣ୍ଡି ଓ ତୁଷାରକାନ୍ତି ବେହେରା କୋରାପୁଟ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ।
ବ୍ରହ୍ମପୁରରେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଓ ରାଉରକେଲାରେ ଉତ୍ତରାଂଚଳ ରାଜସ୍ୱ କମିଶନର ପତାକା ଉତ୍ତୋଳନ କରିବେ।
ସେହିପରି ଅନ୍ୟ ୧୨ଟି ଜିଲ୍ଲା ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା, ସୁବର୍ଣ୍ଣପୁର, ଢେଙ୍କାନାଳ, ଜଗତସିଂହପୁର, ସମ୍ବଲପୁର ଓ ବଲାଙ୍ଗିରରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।
ଯଦି କୌଣସି କାରଣରୁ ନିର୍ଦ୍ଧାରିତ ସମୟରେ ଅତିଥିମାନେ ପତାକା ଉତ୍ତୋଳନ ସ୍ଥଳରେ ପହଂଚି ନପାରନ୍ତି, ତା’ହେଲେ ଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିଭାଦନ ଗ୍ରହଣ କରିବେ ବୋଲି ଗୃହ ସଚିବ ଅବଗତ କରାଇ ଦେଇଛନ୍ତି।
The post ପ୍ରଫୁଲ୍ଲ ଓ ନବ ବାଦ୍ : ୧୮ ଜିଲ୍ଲାରେ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ appeared first on Odisha Reporter.
from Odisha Reporter https://ift.tt/33WjrSP
No comments:
Post a Comment