ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ମୁମ୍ୱାଇ : ଟେଲି ଅଭିନେତା ସମୀର ଶର୍ମାଙ୍କର ମୃତ୍ୟୁ ହୋଇଛି। ମୁମ୍ୱାଇସ୍ଥିତ ତାଙ୍କ ବାସଭବନରୁ ସମୀରଙ୍କ ମୃତଦେହକୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁଇଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଘରୁ ଦୁର୍ଗନ୍ଧ ବାହାରିବା ପରେ ପରିବାର ଲୋକେ ଏହାର ସୂଚନା ପାଇଥିଲେ।

ସମୀରଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି। ହେଲେ ଏପର୍ଯ୍ୟନ୍ତ ପୁଲିସକୁ କୌଣସି ସୁଇସାଇଡ୍‌ ନୋଟ ମିଳିନାହିଁ।

ପୁଲିସର କହିବା ଅନୁସାରେ ୪୪ ବର୍ଷୀୟ ସମୀରଙ୍କର ୨ କିମ୍ୱା ୩ ଦିନ ପୂର୍ବରୁ  ମୃତ୍ୟୁ ହୋଇଛି। କାରଣ ପୁଲିସ ମୃତଦେହକୁ ଉଦ୍ଧାର କରିବା ସମୟରେ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା।

ଫେବୃଆରୀ ୨୦୨୦ରେ ସମୀର ମଲାଡ ମୁମ୍ୱାଇରେ ଗୋଟିଏ ଆପାର୍ଟମେଣ୍ଟରେ ଭଡ଼ାରେ ନେଇଥିଲେ। ବୁଧବାର ରାତିରେ ଆପାର୍ଟମେଣ୍ଟରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ସମୀରଙ୍କ ଶରୀର ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ରୋଷେଇ ଘରେ ଥିବା ପଙ୍ଖାରେ ସମୀରଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଥିଲା। ତାଙ୍କ ପୂରା ଘରେ ପୁଲିସର ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ସମୀର ‘ୟେ ରିସ୍ତେ ହୈ ପ୍ୟାର୍‌ କେ’, ‘ଜ୍ୟୋତି’, ‘କାହାନୀ ଘର ଘର କି’, ‘ଲେପ୍ଟ ରାଇଟ୍‌ ଲେପ୍ଟ’, ‘ଇସ୍‌ ପ୍ୟାର୍‌ କୋ କ୍ୟା ନାମ୍‌ ଦୁଁ ଏକ୍‌ ବାର୍‌ ଫିର୍‌’ ପରି ଟେଲିଭିଜନର ଶୋ’ରେ କାମ କରି ସାରିଛନ୍ତି। ଲୋକପ୍ରିୟ ସିରିଏଲ୍‌ ‘କ୍ୟୁଁ କିଁ ଶାଶ୍‌‌ ଭି କଭି ବହୁ ଥି’ରେ ମଧ୍ୟ ସମୀର ଅଭିନୟ କରିଛନ୍ତି। ନିକଟରେ ସେ ରାଜୀବ ଖଣ୍ଡେଲୱାଲଙ୍କ ସହିତ ୱେବ ସିରିଜ୍‌ରେ ଅଭିନୟ କରିଥିଲେ।

ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ପୂରୁଣୁ ସମୀରଙ୍କ ମୃତ୍ୟୁ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ଼ କ୍ଷତି କହିଲେ ଚଳେ। ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରମାଣ ମିଳିନଥିବା ବେଳେ ସମୀରଙ୍କ ମୃତ୍ୟୁକୁ ନେଇ ସେଲେବ୍ରିଟି ଦୁଃଖପ୍ରକାଶ କରିଛନ୍ତି।

The post ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା appeared first on Odisha Reporter.



from Odisha Reporter https://ift.tt/2XvXkio

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages