ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହୋଇପାରେ ପଲିଗ୍ରାଫ୍ ଟେଷ୍ଟ। ତଦନ୍ତକାରୀ ଟିମରେ ଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ସହକର୍ମୀ ପପୁ, ବିକାଶ ଓ ପ୍ରୀତମଙ୍କୁ ପୁଣି ଥରେ ଜେରା କରାଯିବ। କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଡାକି ସେମାନଙ୍କୁ ପୁଣି ଥରେ ଜେରା କରିବା ପାଇଁ ଯୋଜନା ରହିଛି। ଆବଶ୍ୟକ ପଡ଼ିଲେ ପଲିଗ୍ରାଫ ଟେଷ୍ଟ କରାଯିବ।
ସୂଚନାଯୋଗ୍ୟ, ଆଦିତ୍ୟଙ୍କ ଦାସଙ୍କ ମୃତ୍ୟୁ ମାମଲାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ତାଙ୍କ ଆଦିତ୍ୟଙ୍କ ବାପା, ମା’ ଓପତ୍ନୀ ବିଦ୍ୟାଶ୍ରୀ ଓ ସହକର୍ମୀ ପପୁ, ବିକାଶ ଓ ପ୍ରୀତମଙ୍କୁ ଜେରା କରି ସାରିଛି। ପୁଣି ଥରେ ବିଦ୍ୟାଶ୍ରୀ, ପପୁ, ବିକାଶ ଓ ପ୍ରୀତମଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି। ଏହାସହ ପଲିଗ୍ରାଫ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୭ ତାରିଖ ସକାଳେ ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ସ୍ଥାନୀୟ ଲିଙ୍ଗରାଜ ରେଳଲାଇନରୁ ଉଦ୍ଧାର କରାଯାଇଥିଲା।
The post ଆଦିତ୍ୟ ଦାସ ମୃତ୍ୟୁ ମାମଲା; ହୋଇପାରେ ପଲିଗ୍ରାଫ୍ ଟେଷ୍ଟ appeared first on Odisha Reporter.
from Odisha Reporter https://ift.tt/3kkUbLR
No comments:
Post a Comment